ସିଆରପିଏଫ୍ କ୍ୟାମ୍ପ ଭିତରେ ଜୀବନ ହାରିଲେ ଯବାନ, ନିଜ ସର୍ଭିସ ରିଭଲଭରରେ ନିଜକୁ କଲେ ଗୁଳି
ସିଆରପିଏଫ୍ କ୍ୟାମ୍ପ ଭିତରେ ଯବାନଙ୍କ ଆତ୍ମହତ୍ୟା । ୧୫୦ ବାଟାଲିୟନର ଜଣେ ଯବାନ ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

ମାଲକାନଗିରି (କେନ୍ୟୁଜ): ସିଆରପିଏଫ୍ କ୍ୟାମ୍ପ ଭିତରେ ଯବାନଙ୍କ ଆତ୍ମହତ୍ୟା । ୧୫୦ ବାଟାଲିୟନର ଜଣେ ଯବାନ ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସୁକମା ଜିଲ୍ଲା ଦୋରରନାପାଲ ନିକଟରେ ଥିବା ସିଆରପିଏଫ୍ କ୍ୟାମ୍ପରେ ଏହି ଘଟଣା ଘଟିଛି। ଯବାନ ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତ ଯବାନଙ୍କ ଘର ବିହାର ବୋଲି ଜଣାପଡିଛି।