ଚାନ୍ଦବାଲିରୁ ଅପହରଣ, ରାଜଧାନୀରେ ହତ୍ୟା..ନୟାଗଡରୁ ମିଳିଲା ମୃତଦେହ

ଭୁବନେଶ୍ବର (କେନ୍ୟୁଜ):  ଚାନ୍ଦବାଲିରୁ ଅପହରଣ । ଭୁବନେଶ୍ୱରରେ ମର୍ଡର । ନୟାଗଡ଼ରୁ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଯୁବକଙ୍କୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପ୍ରି-ପ୍ଲାନଡ ମର୍ଡର । ମୃତକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋଡ଼ିପୋଖରୀ ଗାଁର ମାନସ ସ୍ୱାଇଁ । ଫେବ୍ରୁଆରୀ ୭ ତାରିଖ ଦିନ ମାନସଙ୍କୁ ଚାନ୍ଦବାଲିର ନାଲଗୁଣ୍ଡାରୁ ଅପହରଣ କରାଯାଇଥିଲା । ପରେ ଭୁବନେଶ୍ୱରରେ ଏକ ଆଶ୍ରମରେ ହତ୍ୟା କରାଯାଇଥିଲା । ପ୍ରମାଣ ନଷ୍ଟ ପାଇଁ ରଣପୁର ଥାନା ଗୋଡ଼ିପୋଖରୀ ପାଖରେ ମୃତଦେହ ପୋତି ଦେଇଥିଲେ ଅଭିଯୁକ୍ତ । ମୃତ ମାନସ ସ୍ୱାଇଁ େଓ୍ଵବ୍‌ ମିଡିଆରେ କ୍ୟାମେରାମ୍ୟାନ ଭାବରେ କାମ କରୁଥିଲେ ।

ଗତକାଲି ରଣପୁର ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ଗାଁ ନିକଟ ଜଙ୍ଗଲରୁ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଅପହରଣ ଓ ହତ୍ୟା ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଜଣେ େଓ୍ଵବ୍‌ ଚ୍ୟାନେଲ୍‌ ମାଲିକାଣୀଙ୍କ ସଂପୃକ୍ତି ଅଭିଯୋଗ ରହିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଚାନ୍ଦବାଲି ଏସଡିପିଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.