ଆଜି ଡିପ୍ରେସନ, କାଲି ବାତ୍ୟା ! ଘନୀଭୂତ ହେଉଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେଉଛି । ଆଜି ଏହା ଡିପ୍ରେସନରେ ପରିଣତ ହେବ । ଆସନ୍ତାକାଲି ସାମୁଦ୍ରିକ ଝଡରେ ପରିଣତ ହେବା ସମ୍ଭାବନା ରହିଛି । ୧୭ ତାରିଖରେ ପ୍ରଥମେ ଉତ୍ତର ପଶ୍ଚିମଦିଗରେ ଗତି କରିବ । ୧୮-୧୯ ତାରିଖ ବେଳକୁ ବଦଳିବ ଗତିପଥ । ପଶ୍ଚିମକେନ୍ଦ୍ର ବଙ୍ଗୋପସାଗରରୁ ଏହା ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ ।

ଫଳରେ ଓଡ଼ିଶା ଉପକୂଳ, ବିଶେଷ କରି ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ହେବ । ୧୯ ତାରିଖ ବେଳକୁ ବର୍ଷାର ପରିମାଣ ବଢିବ । ଏହି ସମୟରେ ପ୍ରବଳ ବର୍ଷା ସହ ପବନର ବେଗ, ୮୫ କିମି ପ୍ରତି ଘଣ୍ଟା ରହିପାରେ । ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.