ଚଳଚଞ୍ଚଳ କଟକ ଚଣ୍ଡୀ ମନ୍ଦିର: ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ

କଟକ(କେନ୍ଯୁଜ୍): ଆମେ ଭାରତୀୟ ବିଭିନ୍ନ ପ୍ରକାର ପର୍ବ ପର୍ବାଣୀ ପାଳନ କରିଥାଉ । ସେଥି ମଧ୍ୟରୁ ଶାରଦୀୟ ଦୁର୍ଗାଙ୍କ ପୂଜା ହିନ୍ଦୁମାନଙ୍କର ଏକ ବଡ ପର୍ବ । ମା ଦୁର୍ଗାଙ୍କ ପୂଜା ବିଶେଷ ଭାବରେ ଭାରତର ବିହାର, ପଶ୍ଚିମବଙ୍ଗ, ଆସାମ, ଓଡିଶା ଓ ତ୍ରିପୁରା ପରି ରାଜ୍ୟରେ ଧୁମଧାମରେ ପାଳନ କରାଯାଏ । ଭାରତ ଛଡା ବାଂଲାଦେଶରେ ମଧ୍ୟ ଏକ ଲୋକପ୍ରିୟ ଏବଂ ପାରମ୍ପରିକ ଉତ୍ସବ ହେଉଛି ଦୁର୍ଗା ପୂଜା । ମା ହେଉଛନ୍ତି ଶକ୍ତିର ଆଧାର । ଯାହାର ଆଶୀର୍ବାଦ ଓ ଶକ୍ତିକୁ ଆଧାର କରି ଏ ଜୀବଜଗତ ଆଗକୁ ବଢ଼େ ।

ସେଥିପାଇଁ ଧରିତ୍ରୀ ରାଣୀର ଏ ସଜବାଜ । ମା’ଙ୍କ ଆସିବାକୁ ଚାହିଁ ନୀଳ ଆକାଶ ତଳେ ଖିଲି ଖିଲି ହସୁଛି ସଫେଦ ସୁନ୍ଦର କାଶତଣ୍ଡି ଫୁଲ । ଏପଟେ ସଜେଇ ହେଉଛି ପୂଜା ମଣ୍ଡପ । ମା ଆସିବେ ବୋଲି ଘରେ ହେଉ କି ବାହାରେ ପ୍ରସ୍ତୁତି ଚାଲିଛି ମା’ଙ୍କୁ ସ୍ୱାଗତ କରିବା ପାଇଁ । ପୀଠଗୁଡ଼ିକରେ ମା’ଙ୍କ ଷୋହଳ ପୂଜା ଆରମ୍ଭ ହୋଇ ସାରିଛି । ଆଉ ମଣ୍ଡପରେ ପୂଜାକୁ ଅପେକ୍ଷା ।

ଏହି ପରିପେକ୍ଷୀରେ ଓଡିଶାରେ ମଧ୍ଯ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା । ଏଥିପାଇଁ ଚଳଚଞ୍ଚଳ କଟକ ଚଣ୍ଡୀ ମନ୍ଦିର । ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଗତକାଲି ମାଆ କଟକ ଚଣ୍ଡୀ ହରଚଣ୍ଡି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବାବେବେଳେ ମାଆ ଗଡଚଣ୍ଡୀ ବନଦୁର୍ଗା ବେଶରେ ଦର୍ଶନ ଦେଇଛନ୍ତି। ଆଜି ଷୋଡଶୀ ବେଶରେ ଦର୍ଶନ ଦେବେ ମାଆ କଟକ ଚଣ୍ଡି। ଗଡଚଣ୍ଡି ବଗଳା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ମାଆଙ୍କ ହେି ଅନନ୍ୟ ବେଶକୁ ଦର୍ଶନ କରି ଭାବବିହ୍ଵଳ ହୋଇପଡୁଛନ୍ତି ଭକ୍ତ। ଗତକାଲି ଠାରୁ ଉଭୟ ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି।

ସେପଟ ଗତକାଲିଠାରୁ ମାଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇସାରିଛି । ଏହି ଦିନରେ ମା’ଙ୍କ ୯ଟି ରୂପକୁ ନଅ ଦିନ ଧରି ପୂଜା କରାଯାଏ । ମା ଦୁର୍ଗାଙ୍କର ନଅଟି ରୂପ ବା ଶକ୍ତିକୁ ନବରାତ୍ରୀରେ ଆରାଧନା କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.