ବଣାଇରେ ବର୍ଷା ପାଇଁ ବ୍ରାହ୍ମଣୀ ନଦୀରେ ଜପ ଓ ମନ୍ଦିରରେ ଯଜ୍ଞ ଅନୁଷ୍ଠିତ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ବର୍ଷା ଯେତିକି ହେବା କଥା ସେତିକି ହୋଇ ନଥିବାରୁ ଚାଷ କାର୍ଯ୍ଯ ଏ ପର୍ଯ୍ଯନ୍ତ ହୋଇ ପାରୁ ନଥିବାରୁ ତଳି ପଡି ପାରୁ ନଥିବା ବେଳେ ଏବେବି ଅନେକ ଜମି ପଡିଆ ପଡିଛି । ଯାହା ଫଳରେ ଚାଷୀ କୁଳ ଏବେ ଚିନ୍ତାରେ ଥିବା ବେଳେ ଏନେଇ ବଣାଇ ବ୍ରାହ୍ମଣ ସମାଜ ପକ୍ଷରୁ ବଣାଇ ବାଣେଶ୍ୱର ମନ୍ଦିରରେ ମହାଯଜ୍ଞ କରାଯାଉ ଥିବାବେଳେ ବ୍ରାହ୍ମଣୀ ନଦୀର ତୀର୍ଥ ଘାଟ ଠାରେ ପାଣି ଭିତରେ ପଶି ଶ୍ରୀ ମହାରୁଦ୍ର ବୃଷ୍ଟି ଯଂଜ୍ଞ ନାମ ଉଚ୍ଚାରଣ କରିଥିଲେ।

ବଣାଇ ଅଞ୍ଚଳ ବର୍ଷା ନାମକୁ ମାତ୍ର ଜୁନ ଶେଷ ହୋଇ ଜୁଲାଇ ଅଧା ହେଲାଣି କିନ୍ତୁ ବର୍ଷା ନାହିଁ । ବର୍ଷା ଆସୁଛି କିନ୍ତୁ ବର୍ଷା ହେଉନାହିଁ ଯାହା ଫଳରେ ଚାଷୀ କୁଳ ଏବେ ହତାଶ ହୋଇପଡିଛନ୍ତି । ବିଲଜମି ଖାଲି ପଡ଼ିଛି । ଚାଷୀ ଜଗି ବସିଛନ୍ତି ବର୍ଷାକୁ କିନ୍ତୁ ବର୍ଷା ନହବା ଫଳରେ ଆଜି ବଣାଇ ବ୍ରାହ୍ମଣ ସମାଜ ପକ୍ଷରୁ ଶ୍ରୀ ମହାରୁଦ୍ର ବିଷ୍ଣୁ ବୃଷ୍ଟି ଯଜ୍ଞ ଆୟୋଜନ କରି ବାବା ବାଣେଶ୍ୱର ମନ୍ଦିରରେ ବ୍ରାହ୍ମଣ ମାନଙ୍କ ବେଦ ପାଠ ଯଜ୍ଞ ଚାଲିଥିବା ବେଳେ ଅଣ୍ଟାଏ ପାଣି ଭିତରେ ପଶି ଇନ୍ଦ୍ରଦେବକୁ ପୂଜାର୍ଚ୍ଚନା କରୁଛନ୍ତି ।

ବିଲରେ ଏବେ ଗାଈଗୋରୁ ଚରୁଥିବା ବେଳେ ହଳ ମଧ୍ୟ ହୋଇନାହିଁ ଯେଉଁଆଡ଼େ ଚାହିଁଲେ ଖାଲି ପଡିଆ ପଡିଛି ।  ଏବେ ତଳି ପଡିଯିବା କଥା କିନ୍ତୁ ଭଲ ବର୍ଷା ନାହିଁ ବୋଲି ହଳ ହୋଇପାରୁନାହିଁ । ବ୍ରାହ୍ମଣୀ ନଦୀ ଫୁଲିବା କଥା କିନ୍ତୁ ଏପର୍ଯ୍ଯନ୍ତ ପାଣି ବଢ଼ି ନଥିବାରୁ ଏହିସବୁ ସମସ୍ଯା ଦେଖି ବ୍ରାହ୍ମଣ ସମାଜ ପକ୍ଷରୁ ଜନହିତ ପାଇଁ ଏହି ପଦକ୍ଷେପ ନେଇଛନ୍ତି । ଏହି ଯଜ୍ଞ ସନ୍ଧ୍ୟ୍ରା ପର୍ଯ୍ଯନ୍ତ ହବ ବୋଲି ପୂଜକ କହିଛନ୍ତି । ଏବେ ଦେଖିବାକୁ ବାକି ଅଛି ଇନ୍ଦ୍ରଦେବ ଗୁହାରି କେତେ ଶୁଣିବେ ଆଉ ବଣାଇ ଅଞ୍ଚଳକୁ କେତେ ବୃଷ୍ଟି ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.