ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ, ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର ଟାଉନ୍(କେନ୍ଯୁଜ୍): ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ବିରୁହଁ ଗ୍ରାମପଞ୍ଚାୟତର ଗଙ୍ଗାଧରପୁର ଗ୍ରାମର ବଳରାମ ଜେନାଙ୍କ ଝୁଲନ୍ତା ଶବକୁ ପରିବାର ଲୋକେ ଉଦ୍ଧାର କରିଛନ୍ତି।

ବଳରାମ ଗତ କିଛି ହେଲା ହାଇଦ୍ରାବାଦ ରେ ରହି ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ଗତକାଲି ସେ ଘରକୁ ଆସିଥିଲେ। ସକାଳୁ ପରିବାର ଲୋକେ ଝୁଲନ୍ତା ଅବସ୍ଥାରେ ବଳରାମଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ । ମଙ୍ଗଳପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଶବକୁ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ କରାଯିବା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଲୟକୁ ପଠାଯାଇଛି। ପୋଲିସ ଘଟଣା ର ଅନୁସନ୍ଧାନ ଜାରି ରଖିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.