Below header

ବାଲେଶ୍ୱର ନୀଳଗିରିକୁ ମାଡି ଆସୁଛନ୍ତି ଝାଡଖଣ୍ଡୀ ହାତୀ ପଲ, ବ୍ୟାପକ ଧାନ ଫସଲକୁ ଦଳି କରୁଛନ୍ତି ନଷ୍ଟ

ବାଲେଶ୍ୱର: ସହର ମୁହାଁ ହାତୀପଲ। ବାଲେଶ୍ୱର ନୀଳଗିରିକୁ ମାଡି ଆସୁଛନ୍ତି ଝାଡଖଣ୍ଡୀ ହାତୀ ପଲ। ଗତକାଲି ରାତିରେ ପ୍ରାୟ ୪୦ଟି ହାତୀ ନୀଳଗିରି ଅଞ୍ଚଳର ଗୋପାଳପୁର ଜଙ୍ଗଲରେ ରହିଛନ୍ତି। ପ୍ରତିବର୍ଷ ଫସଲ ଅମଳ ସମୟରେ ଝାଡଖଣ୍ଡରୁ ହାତୀ ପଲ ଆସି ବ୍ୟାପକ ଫସଲ ନଷ୍ଟ କରିଥାନ୍ତି।

ଗାଁରେ ପଶି ବ୍ୟାପକ ଧାନ ଫସଲକୁ ଦଳି ନଷ୍ଟ କରିଦେଇଛନ୍ତି। ଫଳରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ହାତୀ ଘଉଡାଇବା ପାଇଁ ଲୋକମାନେ ଗଛ ଉପରେ ମଞ୍ଚା ବାନ୍ଧି ବସିଛନ୍ତି। ବନବିଭାଗ ପକ୍ଷରୁ ମଧ୍ୟ ହାତୀ ପଲକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.