ବାଣ ଦୋକାନରୁ ବଟି ଆଦାୟକୁ କେନ୍ଦ୍ରକରି ଗୁଳିମାଡ଼, ୨ ଆହତ

ବାଙ୍କୀ(କେନ୍ୟୁଜ୍): ବଟି ଆଦାୟକୁ କେନ୍ଦ୍ର କରି ଗୁଳିମାଡ଼ । କଟକ ଜିଲ୍ଲା ବାଙ୍କୀ ବାଁଆରା ଗାଁରେ ଗୁଳିକାଣ୍ଡ ଘଟିଛି । ବାଣ ଦୋକାନରୁ ବଟି ଆଦାୟକୁ କେନ୍ଦ୍ରକରି ଗଣ୍ଡଗୋଳ ଲାଗି ରହିଥିଲା । ଗତକାଲି ବିଳମ୍ବିତ ରାତିରେ ବଟି ଆଦାୟକୁ ୨ଜଣ ଯୁବକ ବିରୋଧ କରିବାରୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି ।

ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଦୁର୍ବୃତ୍ତ ବଣ୍ଟି ପାତ୍ର । ଜଣେ ବ୍ୟକ୍ତିଙ୍କ ଜଙ୍ଘରେ ଗୁଳି ବାଜିଥିବା ବେଳେ ଆଉ ଜଣଙ୍କର ହାତରେ ଗୁଳି ବାଜିଛି । ଉଭୟ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ମାମଲାରେ ପୋଲିସ ୨ଜଣଙ୍କୁ ଥାନାରେ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.