ସରିଲା ନାମାଙ୍କନ, ଆଜିଠୁ ପ୍ରଚାର : ସମର୍ଥକ ଓ କର୍ମୀଙ୍କ ଗହଣରେ ମୈଦାନରେ ପ୍ରାର୍ଥୀ

ଭୁବନେଶ୍ବର(କେନ୍ଯୁଜ୍): ସରିଲା ନାମାଙ୍କନ, ଆଜିଠୁ ପ୍ରଚାର ଯୁଦ୍ଧ। ସମର୍ଥକ ଓ କର୍ମୀଙ୍କ ଗହଣରେ ମୈଦାନରେ ପ୍ରାର୍ଥୀ। ପ୍ରଚାରରେ କମ୍ପିଲାଣି ସହର। ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦମ୍‌ ଲଗାଇଦେଇଛନ୍ତି ସବୁ ଦଳ। ଆସନ୍ତା ୯ ତାରିଖରୁ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ। ୧୪ ତାରିଖ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ୧୪ ତାରିଖ ଅପରାହ୍ନ ୫ଟାରେ ହିଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

କାଉନସିଲର ଓ କର୍ପୋରେଟର ପାଇଁ ୬ହଜାର ୪୫୯ ପ୍ରାର୍ଥୀ ଓ ମେୟର ଏବଂ ପୌରାଧ୍ୟକ୍ଷ ପାଇଁ୬୯୩ ଜଣ ନାମାଙ୍କନ ଦାଖଲ କରିଛନ୍ତି। ରାଜ୍ୟର ମୋଟ ୧୦୬ଟି ପୌର ପରିଷଦରେ ୨୭ ଲକ୍ଷରୁ ଅଧିକ ମତଦାତା ଥିବାବେଳେ ୧୭୩୧ଟି ୱାର୍ଡ ଥିବାବେଳେ ୩୦୩ଟି ବୁଥ କରାଯାଇଛି। ସେହିପରି ୩ଟି ମହାନଗର ନିଗମରେ ୧୬୮ଟି ୱାର୍ଡ ପାଇଁ ୧୪୦୭ଟି ବୁଥ୍‌ ରହିଛି। ଏହି ୩ ମହାନଗର ନିଗମରେ ମୋଟ ମତଦାତା ସଂଖ୍ୟା ୧୪ଲକ୍ଷ ୨୬ହଜାରରୁ ଅଧିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.