ମଦ ପିଇ ଗାଡ଼ି ଚଲାଇବା ପଡ଼ିଲା ମହଙ୍ଗା, ୩ ମଦ୍ୟପଙ୍କୁ ପଡ଼ିଲା ୭୦ ହଜାର ଟଙ୍କା ଜରିମନା

ଚାନ୍ଦବାଲି(କେନ୍ୟୁଜ୍):ମଦ୍ୟପାନ କରି ଗାଡି ଚଳାଇବା ଗାଡି ଚାଳକଙ୍କୁ ପଡିଛି ମହଙ୍ଗା । ମଦ ପିଇ ଗାଡି ଚଳାଉଥିବା ବେଳେ  ଭଦ୍ରକ ଆରଟିଓ  ୭୦ ହଜାର ୫ଶହ ଟଙ୍କା ଜରିମାନା କରିଛନ୍ତି।  ତାସହ ତିନି ଗାଡିକୁ ଜବତ କରିବା ସହ ଦୁଇ ଜଣଙ୍କ ଲାଇସେନ୍ସ ସସ୍ପେଣ୍ଡ କରିଛନ୍ତି ଆରଟିଓ।

ସୂଚନା ମୁତାକବ ଗତକାଲି ରାତିରେ ପୀରହାଟ ପୋଲିସ ଓ ଭଦ୍ରକ ଆରଟିଓ ମିଳିତ ଭାବେ ଭଦ୍ରକ -ଚାନ୍ଦବାଲି ରାସ୍ତାର ତିହିଡି ଠାରୁ ପୀରହାଟ ପର୍ଯ୍ୟନ୍ତ ଚେକିଙ୍ଗ କରୁଥିଲେ। ଚେକିଙ୍ଗ ସମୟରେ ତିନି ଜଣ ମୋଟର ସାଇକେଲ ଚଲାଳୀ ମଦ ପିଇ ଗାଡି ଚଳାଉଥିବା ବେଳେ ଧରାପଡ଼ିଥିଲେ। ତେବେ କୋର୍ଟରେ ଏହି ସତୁରୀ ହଜାର ପାଞ୍ଚ ସହ ଟଙ୍କାର ପିଆର ଦିଆଯାଇଛି। କୋର୍ଟ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଏମଭିଆଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.