ପ୍ରିୟଙ୍କା ପ୍ରିୟଦର୍ଶିନୀ ମର୍ଡର ମିଷ୍ଟ୍ରିରେ ନୂଆ ଚରିତ୍ର ତାପସ, ସଂପର୍କରେ ଏଥିପାଇଁ ଆସିଲା କି ତିକ୍ତତା ?

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଭୀମଟାଙ୍ଗିରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ କାହାଣୀରେ ନୂଆ ଚରିତ୍ର। ମର୍ଡର ମିଷ୍ଟ୍ରିରେ ଆସିଛି ନୂଆ ଚରିତ୍ର ତାପସ। ପ୍ରିୟଙ୍କା ଓ ଜଗନ୍ନାଥଙ୍କ ସମ୍ପର୍କରେ ଆଉ ଏକ ଚରିତ୍ର ପ୍ରବେଶ କରିଥିଲା ତାପସ। ତାପସଙ୍କ ସହ ପ୍ରିୟଙ୍କା କଥା ହେଉଥିବା ଜଗନ୍ନାଥ ସନ୍ଦେହ କରିଥିଲେ। ତେଣୁ ତାଙ୍କ ସହ କଥା ହେବା ପାଇଁ ଜଗନ୍ନାଥ ପ୍ରିୟଙ୍କାଙ୍କୁ ମନା କରୁଥିଲେ। କିଛି ଦିନ ପରେ ଜଗନ୍ନାଥ ପ୍ରମାଣ ପାଇଥିଲେ ସେ ତାପସଙ୍କ ସହ ନିୟମିତ କଥା ହେଉଛନ୍ତି। ତେଣୁ ପ୍ରେମରେ ଧୋକା ଖାଇଥିବା ଅନୁଭବ କରି ଜଗନ୍ନାଥ ପ୍ରିୟଙ୍କା ଓ ତାଙ୍କ ପୁଅକୁ ମାରି ନିଜେ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲେ।

ଏପଟେ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ ତନାଘନା ତଦନ୍ତ ଚଳାଇଛି । ଯାଜପୁର ଯାଇ ମୃତ ପ୍ରିୟଙ୍କା ଓ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି । ପ୍ରିୟଙ୍କାଙ୍କ ଘର ବନ୍ଧଢିହ ଗାଁକୁ ଯାଇ ପରିବାରବର୍ଗଙ୍କୁ ମଧ୍ୟ ପଚରାଉଚରା କରିଛି ସ୍ୱତନ୍ତ୍ର ଟିମ୍‌। ପରିବାରବର୍ଗଙ୍କ ସହ ପଡୋସୀଙ୍କୁ ମଧ୍ୟ ପଚରାଉଚରା କରାଯାଇ ପ୍ରିୟଙ୍କା ଓ ଜଗନ୍ନାଥଙ୍କ ବାବଦରେ ସମସ୍ତ ତଥ୍ୟ ହାସଲ କରିଛି। ଯାଞ୍ଚ ପାଇଁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯାଇଛି ଜବତ ସୁଇସାଇଡ ନୋଟ୍‌ । ଅଭିଯୁକ୍ତ ଜଗନ୍ନାଥ ସୁସ୍ଥ ହେବା ପରେ ଜେରାରୁ ବହୁ ରହସ୍ୟର ଗୁମର ଖୋଲିବ । ଏବେ ପ୍ରିୟଙ୍କାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.