ନବୀନଙ୍କ ନୂଆ ଟିମ୍, ବିଧାନସଭାର ବାଚସ୍ପତି ହେବେ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ବର : ବାଚସ୍ପତି ହେବେ ସୂର୍ଯ୍ୟ ନାରାୟଣ ପାତ୍ର ଓ ସରକାରୀ ଦଳ ମୁଖ୍ୟ ସଚେତକ ହେବେ ପ୍ରମିଳା ମଲ୍ଲିକ। ବରିଷ୍ଠ ନେତା ସୂର୍ଯ୍ୟ ପାତ୍ର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏଥରକୁ ମିଶାଇ ସପ୍ତମ ଥର ପାଇଁ ବିଧାୟକ ଭାବେ ଜିତିଛନ୍ତି । ରାଜସ୍ୱ, ଶକ୍ତି, ଖାଦ୍ୟ ଯୋଗାଣ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ବାଚସ୍ପତି ପଦ ମିଳିଛି।

ସେହିପରି ବିଧାୟିକା ପ୍ରମିଳା ମଲ୍ଲିକ ହେବେ ସରକାରୀ ଦଳର ମୁଖ୍ୟ ସଚେତକ। ସେ ଏଥରକୁ ମିଶାଇ ବିଂଝାରପୁରରୁ ଷଷ୍ଠ ଥର ପାଇଁ ବିଧାୟିକା ଭାବେ ବିଜୟୀ ହୋଇଛନ୍ତି । ପୂର୍ବରୁ ସେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଥିଲେ। ସେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ତାଙ୍କୁ ଏଥର ସରକାରୀ ଦଳର ମୁଖ୍ୟ ସଚେତକ ପଦବୀ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.