ଭିଜିଲାନ୍ସ ଜାଲରେ ନୂଆପଡ଼ା ସିନାପାଲି ବ୍ଲକ ICDS ସୁପରଭାଇଜର, ୮୦ହାଜର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ

ନୂଆପଡ଼ା(କେନ୍ଯୁଜ୍):ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ICDS ସୁପର ଭାଇଜର ହର୍ଷମନି ଦେଈ । ସାଗୁନଭାଡ଼ି ଗାଁର ୨ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରରେ ଚାକିରୀ କରାଇଦେବା ପାଇଁ ୮୦ହାଜର ଟଙ୍କା ଲାଞ୍ଚ ନେବା ବେଳେ ସିନାପାଲି ବସଷ୍ଟାଣ୍ଡ ନିକଟରେ ଭିଜିଲାନ୍ସ ଗିରଫ କରିଛି ।

ଶାଗୁନଭାଡ଼ି ଗାଁର ୨ ନମ୍ବର ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗୱାଡ଼ି ପଦବୀ ପାଇଁ ଆବେଦନକାରୀ ମହିଳା ପ୍ରାର୍ଥୀଙ୍କ ଭାଇ ବିକାଶ ରଂଜନ ବାଗଙ୍କଠାରୁ ୮୦ ହଜାର ଟଙ୍କା ନେବା ବେଳେ ଆଜି ସିନାପାଲି ICDSର ସୁପରଭାଇଜର ହର୍ଷମନି ଦେଈ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

ଏହି ଚଢ଼ାଉରେ ନୂଆପଡା ଜିଲ୍ଲା ସମେତ କଳାହାଣ୍ଡି ଓ ନବରଙ୍ଗପୁର ଭିଜିଲାନ୍ସ ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.