ଘଟଗାଁ : କେମିତି ଜଳି ମରିଗଲେ ବୃଦ୍ଧା, ପୋଡ଼ିକି ମଲେ ନାଁ କିଏ ମାରିଦେଲା ? ପୋଲିସ୍‌ କରୁଛି ତଦନ୍ତ

ଘଟଗାଁ (କେ ନ୍ୟୁଜ୍‌) : ଘଟଗାଁ ଥାନା ଅନ୍ତର୍ଗତ ଟିକିରା ଗ୍ରାମରେ ଜଣେ ବୃଦ୍ଧାଙ୍କର ଅସ୍ୱାଭାବିକ ମୃତ୍ୟୁ । କୁହାଯାଉଛି ଘରେ କେହି ନଥିବା ବେଳେ କିରୋସିନ ଢାଳି ବୃଦ୍ଧା ଆତ୍ମହତ୍ୟା କରିଛନ୍ତି। ମୃତ ବୃଦ୍ଧା ଜଣକ ହେଲେ ଗ୍ରାମର କନକ ନାଏକ।
ସୂଚନା ଅନୁଯାୟୀ ଆଜି ଅପରାହ୍ନରେ କନକଙ୍କ ପୁଅ ଓ ବହୁ ବିଲକୁ କାମ କରିବାକୁ ଯାଇଥିବା ବଳେ କନକ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିଲେ। ପୁଅ ଓ ବହୁ ଘରେ ପହଁଚିବା ପରେ ମୃତ ଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ଓ ଅନ୍ୟ ପୋଲିସ କର୍ମଚାରୀ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.