ହୀରାକୁଦରେ ଖୋଲା ରହିଛି ମାତ୍ର ଗୋଟିଏ ଗେଟ୍, ଆଶା ଅନୁସାରେ ବର୍ଷା କମ୍ ହେବାରୁ ବନ୍ଦ କରାଗଲା ୬ଟି ଗେଟ୍

ସମ୍ବଲପୁର : ହୀରାକୁଦରେ ଜଳ ପ୍ରବେଶ ପୂର୍ବାନୁମାନ ଅନୁଯାୟୀ ବୃଦ୍ଧି ନ ପାଇବା କାରଣରୁ ରବିବାର ପୁଣି ୩ଟି ପର୍ଯ୍ୟାୟରେ ୬ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ରବିବାର ରାତିରେ ମାତ୍ର ଗୋଟିଏ ଗେଟ୍‌ ଖୋଲା ରହିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଉପର ମୁଣ୍ଡରେ ଅଧିକ ବର୍ଷା ଆଶଂକା କରି ଶନିବାର ସଂଧ୍ୟାରେ ହୀରାକୁଦ ବନ୍ଧର ଅଧିକ ୫ଟି ଗେଟ୍ ଖୋଲି ଆଗୁଆ ଜଳ ନିଷ୍କାସନ କରା ଯାଇଥିଲା। କିନ୍ତୁ ଆଶା ଅନୁସାରେ ବର୍ଷା କମ୍ ହେବାରୁ ରବିବାର ଦିନ ୧୦ଟାରୁ ୧୧ଟା ମଧ୍ୟରେ ୨ଟି, ସଂଧ୍ୟା ୪ଟାରୁ ୫ଟା ମଧ୍ୟରେ ୨ଟି ଓ ରାତି ୮ଟାରୁ ୯ଟା ମଧ୍ୟରେ ୨ଟି ଗେଟ୍ ବନ୍ଦ କରା ଯାଇଥିଲା।

ରବିବାର ରାତି ୯ଟା ବେଳକୁ ହୀରାକୁଦ ଜଳସ୍ତର ୫୯୯.୯୩ ଫୁଟ୍‌କୁ ଖସି ଆସିଥିଲା। ଗତ ୨୫ ତାରିଖ ଦିନ ପ୍ରଥମ କରି ହୀରାକୁଦ ଗେଟ୍ ଖୋଲିବା ବେଳକୁ ଜଳଭଣ୍ଡାରର ସ୍ତର ୬୧୮.୦୪ ଫୁଟ୍ ପହଞ୍ଚିଥିବା ବେଳେ କ୍ରମାଗତ ବହୁ ସଂଖ୍ୟକ ଗେଟ୍‌ ଖୋଲା ରହିବାରୁ ୧୮ ଫୁଟ୍‌ରୁ ଅଧିକ ହ୍ରାସ ପାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.