ମାଲକାନଗିରି କାଲଦାପାଲ୍ଲୀ ପଞ୍ଚାୟତରେ ଲସି ପିଇ ୧୦୦ରୁ ଅଧିକ ଅସୁସ୍ଥ

ମାଲକାନଗିରି: ଲସି ପିଇ ୧୦୦ରୁ ଅଧିକ ଅସୁସ୍ଥ। ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲ୍ଲୀ ପଞ୍ଚାୟତର ଘଟଣା। ଲସି ପିଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଗତକାଲି କୁର୍ତ୍ତି ହାଟ ଚାଲିଥିବା ବେଳେ, ସେଠାରେ ଥିବା ଏକ ଲସି ଦୋକାନରୁ ଲୋକ ଲସି ପିଇଥିଲେ।

ଲସି ପିଇଥିବା ଲୋକଙ୍କର ପ୍ରଥମେ ଝାଡ଼ା ଓ ପରେ ବାନ୍ତି ହୋଇଥିଲା। ଏହି ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବିଭାଗ ଟିମ୍‌ ଅସୁସ୍ଥମାନଙ୍କୁ ପଡିଆ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୬୦ରୁ ଅଧିକ ଅସୁସ୍ଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.