Below header

ପାକିସ୍ତାନ ସିମ କାର୍ଡ ଓଟିପି ସେୟାର ମାମଲା: ତଦନ୍ତ ପାଇଁ ଭୁବନେଶ୍ୱରରେ ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍

ଓଡିଶାରୁ ପାକିସ୍ତାନ ସିମ୍‌ କାର୍ଡ ଓଟିପି ସେୟାର ମାମଲାରେ ତଦନ୍ତ ପାଇଁ ଭୁବନେଶ୍ୱରରେ ପଶ୍ଚିମବଙ୍ଗ STF ଟିମ୍‌ । ଦୁଇ ବରିଷ୍ଠ ଅଧିକାରୀ ଭୁବନେଶ୍ୱର STF କାର୍ଯ୍ୟାଳୟକୁ ଆସି ଅଭିଯୁକ୍ତ ପ୍ରୀତମକୁ ପଚରାଉଚରା କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରୁ ପାକିସ୍ତାନ ସିମ୍‌ କାର୍ଡ ଓଟିପି ସେୟାର ମାମଲାରେ ତଦନ୍ତ ପାଇଁ ଭୁବନେଶ୍ୱରରେ ପଶ୍ଚିମବଙ୍ଗ STF ଟିମ୍‌ । ଦୁଇ ବରିଷ୍ଠ ଅଧିକାରୀ ଭୁବନେଶ୍ୱର STF କାର୍ଯ୍ୟାଳୟକୁ ଆସି ଅଭିଯୁକ୍ତ ପ୍ରୀତମକୁ ପଚରାଉଚରା କରିଛନ୍ତି । ଝାରପଡ଼ା ଜେଲ୍‌କୁ ଯାଇ ମଧ୍ୟ ପଠାଣି ସାମନ୍ତ ଓ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଜେରା କରିଛନ୍ତି । ପଶ୍ଚିମବଙ୍ଗ STF ମଧ୍ୟ ଏକ ଓଟିପି ସେୟାରିଂ ମାମଲା ରୁଜୁ କରିଛି ।

ସେହି ମାମଲାରେ ଓଡ଼ିଶା STF ଗିରଫ କରିଥିବା କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଛି । ପାକିସ୍ତାନକୁ ତଥ୍ୟ ଦେଉଥିଲେ ଓଡ଼ିଆ ଯୁବକ। କ୍ରାଇମବ୍ରାଞ୍ଚ ଏସଟିଏଫ ସେମାନଙ୍କୁ ଗିରଫ କରିଥିଲା । କୋଟି କୋଟି ଟଙ୍କା ନେଇ ପାକ୍‌ ଗୁଇନ୍ଦା ଏଜେଣ୍ଟଙ୍କୁ ଓଟିପି ସେୟାର କରିବା ଅଭିଯୋଗରେ ୩ ଜଣ ଗିରଫ ହୋଇଥିଲେ । ପାକିସ୍ତାନ ଗୁଇନ୍ଦା ଅଧିକାରୀ ଓ ଆଇଏସଆଇକୁ ଲିଙ୍କ୍‌ ଜେନେରେଟ କରି ତଥ୍ୟ ଦେଉଥିଲେ ଅଭିଯୁକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.