ପୁଟିନଙ୍କ ବିରୋଧରେ ରୁଷର ୱାଗନର ସେନା, ସେନା ମୁଖ୍ୟଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ୟୁକ୍ରେନ ସେନା ସହ ହାତ ମିଶାଇ ବିଦ୍ରୋହ କରିଛି ରୁଷର ପ୍ରାଇଭେଟ ସେନା ୱାଗନର ଗ୍ରୁପ । ରୁଷର ସେନା ବିରୋଧରେ ଯିଏ ବିଦ୍ରୋହ କରିବ ସେ ବିଶ୍ବାସଘାତକ । ବିଦ୍ରୋହରେ ଭାଗ ନେଇଥିବା ସମସ୍ତଙ୍କୁ ଶାସ୍ତି ଦିଆଯିବ। ତେଣୁ ଦେଶରେ ଏପରି ବିଶ୍ବାସଘାତକ କରିଥିବା ସେନାଙ୍କୁ ଖୁବଶୀଘ୍ର ଗିରଫ କରିବାକୁ ପୁଟିନ କହିଛନ୍ତି ।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆର୍ମି ତାଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଛି । ୟୁକ୍ରେନ ସେନା ସହ ହାତ ମିଶାଇ ବିଦ୍ରୋହ କରିଛି ରୁଷର ପ୍ରାଇଭେଟ ସେନା ୱାଗନର ଗ୍ରୁପ । ଏ ନେଇ ୱାଗନର ସେନା ମୁଖ୍ୟ ୟେବଗେନୀ ପ୍ରିଗୋଝିନ୍‌ ସୂଚନା ଦେଇଛନ୍ତି । ରୁଷ ସୀମା ପାର କରାଯାଇଥିବା ୱାଗନର ସେନା ଗ୍ରୁପ ସୂଚନା ଦେଇଛନ୍ତି । ରୋସ୍ତବରେ ରୁଷ ସେନା ମୁଖ୍ୟାଳୟକୁ ୱାଗନର ଗ୍ରୁପ କବଜା କରିଛି ।

ଏହାକୁ ନେଇ ପୁଟିନ୍‌ କହିଛନ୍ତି, ଆମେ ଦେଶଦ୍ରୋହର ଶିକାର ହୋଇଛେ । ରୁଷର ସେନା ବିରୋଧରେ ଯିଏ ବିଦ୍ରୋହ କରିବ ସେ ବିଶ୍ବାସଘାତକ । ବିଦ୍ରୋହରେ ଭାଗ ନେଇଥିବା ସମସ୍ତଙ୍କୁ ଶାସ୍ତି ଦିଆଯିବ। ତେଣୁ ଦେଶରେ ଏପରି ବିଶ୍ବାସଘାତକ କରିଥିବା ସେନାଙ୍କୁ ଖୁବଶୀଘ୍ର ଗିରଫ କରିବାକୁ ପୁଟିନ କହିଛନ୍ତି ।

ସେହିପରି ରୁଷର ଦକ୍ଷିଣ ମେଲିଟାରୀ ଜିଲ୍ଲାକୁ କବଜା କରିଥିବା ଦାବି କରିଛି । ଘଟଣା ପରେ ମସ୍କୋ ସମେତ ରୁଷର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି । ପ୍ରମୁଖ ସହରମାନଙ୍କରେ ସେନା ମୁତୟନ କରାଯାଇଛି । ରୋସ୍ତବରେ ଲୋକଙ୍କୁ ଘରେ ରହିବାକୁ ପ୍ରଶାସନ ଅନୁରୋଧ କରାଯାଇଛି । ରୁଷ ବିରୋଧରେ ଯୁଦ୍ଧ ଡାକରା ଦେଇଛି ୱାଗନର ସେନା । ରୁଷ ସେନାର ହେଲିକପ୍ଟରକୁ ଖସାଇ ଦେଇଥିବା ଦାବି କରିଛି ।

ରୁଷ ରାଷ୍ଟ୍ରପତି ୟୁକ୍ରେନ ଯୁଦ୍ଧ ଜିତିବା ନେଇ ଦମ୍ଭ ଦେଖାଉଥିବା ବେଳେ ଏବେ ଓ୍ଵାଗନର ସେନାର ବିଦ୍ରୋହ ଚିନ୍ତା ବଢ଼ାଇଛି । କିଛି ଦିନ ହେଲା ରୁଷ ସେନା ଓ ୱାଗନର ଗ୍ରୁପ ମଧ୍ୟରେ ବିବାଦ ଲାଗି ରହିଛି । ସୂଚନା ଅନୁସାରେ ୟୁକ୍ରେନର ବଖମୁତରେ ଥିବା ଓ୍ଵାଗନର କ୍ୟାମ୍ପ ଉପରେ ରୁଷ ସେନା ମିସାଇଲ ମାଡ କରିଥିଲା । ଏଥିରେ ଓ୍ଵାଗନର ଗ୍ରୁପର ଅନେକ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଏହାର ବଦଲା ନେବାକୁ ଓ୍ଵାଗନର ଗ୍ରୁପ ପୁଟିନଙ୍କୁ ହଟାଇବାକୁ ବିଦ୍ରୋହ ଆରମ୍ଭ କରିଛି । ୱାଗନର ଗ୍ରୁପ ରୁଷର ପ୍ରାଇଭେଟ ମିଲିଟାରୀ କମ୍ପାନୀ । ୧୦ ବର୍ଷ ପୂର୍ବରେ ଏହା ଗଠନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.