Below header

ଦିଲ୍ଲୀ ଢାଞ୍ଚାରେ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ପରେଡ୍‌ ଭାଗ ନେବେ ୫୦ ପ୍ଲାଟୁନ୍‌ ଟ୍ରାଫ୍‌

ଦିଲ୍ଲୀ ଢାଞ୍ଚାରେ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌। ସେଥିପାଇଁ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଚାଲିଛି ରିହାରସାଲ। ଭାଗ ନେଇଛନ୍ତି ୫୦ ପ୍ଲାଟୁନ୍‌ ଟ୍ରାଫ୍‌ । ଏଥିରେ ଅଛନ୍ତି ଆର୍ମ ପୋଲିସ ଫୋର୍ସ, ଏସଓଜି, ବିନା ବନ୍ଧୁକଧାରୀ ପୋଲିସ ଓ ସ୍କୁଲ ଛାତ୍ରଛାତ୍ରୀ। ସେହିଭଳି ୫ଟି ସାଂସ୍କୃତିକ ଦଳ ସେମାନେଙ୍କ କଳା ସଂସ୍କୃତି ପ୍ରଦର୍ଶନ କରିବେ। ୩ଟି ଭେହିକିଲ ଓ ୨ଟି ଡେୟାରଡେଭିଲ୍‌ସ ପରେଡେ ରିହାରସାଲରେ ଅଂଶଗ୍ରହଣ କରିଛନ୍ତି। ପରେଡ କମାଣ୍ଡା କରିବେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ। ପରେଡ ଅଭ୍ୟାସ ୨୨ ଓ ୨୩ ତାରିଖ ଅପରାହ୍‌ଣ ୨ଟା ୩୦ ରୁ ୫ଟା ପର୍ଯ୍ୟନ୍ତ ଓ ୨୪ ତାରିଖ ସକାଳ ୭ଟାରୁ ୧୦ଟା ୩୦ ମଧ୍ୟରେ ହେବ। ଏହି ସମୟରେ ଗନ୍ଧୀ ମାର୍ଗକୁ ଆସୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରାଯିବ। ଅନୁରୂପ ଭାବେ ୨୬ ତାରିଖ ସକାଳ ୬ଟା ୩୦ରୁ ସାଧାରଣତନ୍ତ୍ର ଉତ୍ସବ ସରିବା ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା ଜାରି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.