ରାଇଦାମୋଦର ଓଷା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ବେଗୁନିଆର ସ୍ୱପ୍ନେଶ୍ୱର ମହାଦେବଙ୍କ ପୀଠ, ଲାଗିଛି ଭକ୍ତଙ୍କ ପ୍ରବଳ ଗହଳି

ଚାଲିଛି ଧର୍ମ ମାସ କାର୍ତ୍ତିକ । ସେଥିପାଇଁ ଗାଁ ମାନଙ୍କରେ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି । ସକାଳୁ ସକାଳୁ ଭକ୍ତମାନେ ଠାକୁର ଦର୍ଶନ ସହିତ ଭଜନ କୀର୍ତ୍ତନରେ ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ । ଏଥିସହିତ ରାଇଦାମୋଦର ଓଷା କାର୍ତ୍ତିକ ମାସର ଏକ ନିଆରା ପରମ୍ପରା । ଏନେଇ ବୋଲଗଡ ବ୍ଲକ ହାଟବସ୍ଥ ଗାଁର ସ୍‌ପ୍ନେଶ୍‌ର ମହାଦେବଙ୍କ ପୀଠରେ ଭକ୍ତଙ୍କ ର ଲାଗିଛି ପ୍ରବଳ ଗହଳି ।

ଭଜନକୀର୍ତ୍ତନ ସହିତ ହରେକୃଷ୍ଣ ହରେରାମ ନାମ ସଂକୀର୍ତ୍ତନରେ କମ୍ପୁଛି ବୋଲଗଡ ହାଟବସ୍ଥ ଗାଁର ପ୍ରସିଦ୍ଧ ଶୈବପୀଠ ସ୍‌ପ୍ନେଶ୍‌ର ମହାଦେବଙ୍କ ମନ୍ଦିର । ଏଠାରେ ଅନୁଷ୍ଠିତ ହେଉଛି ପବିତ୍ର କାର୍ତ୍ତିକ ମାସ ଅବସରରେ ଏକ ନିଆରା ପରମ୍ପରା ରାଇଦାମୋଦର ଓଷା । ଭକ୍ତମାନେ ଏଠାରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ବାଲ୍ଯ କାଳର ସମସ୍ତ ଲୀଳା ଦେଖିଥାନ୍ତି। । ଯାହାକୁ ଦେଖିବା ପାଇଁ ପ୍ରତ୍ୟହ ଏଠାରେ ଭକ୍ତଙ୍କ ଭିଡ ଜମିଥାଏ । ଭୋର ସମୟରୁ ସ୍ଥାନୀୟ ଅଞ୍ଚଳର ଭକ୍ତମାନେ ଆସି ପରେ ଦିନ ପ୍ରାୟ ଦଶଟା ପର୍ଯ୍ଯନ୍ତ ଏହି ଲୀଳା ଚାଲିଥାଏ ।

କାର୍ତ୍ତିକ ମାସରେ ରାଇଦାମୋଦର ବ୍ରତ ଏକ ନିଆରା ବ୍ରତ ହୋଇଥିବା ବେଳେ ବିଶେଷ କରି ମହିଳା ମାନେ ଏହି ବ୍ରତ କରିଥାନ୍ତି ।ବୟସ୍କ ମହିଳାମାନେ କାର୍ତ୍ତିକ ମାସ ଆସିଲେ ସକାଳୁ ସକାଳୁ ଆସି ଗାଁର ମନ୍ଦିର , ତୁଳସୀ ଚଉରା ମାନଙ୍କରେ ଏକାଠି ହୋଇ ଏହି ପୂଜା କରିଥାନ୍ତି । ମହିଳାମାନେ ଶ୍ରୀକୃଷ୍ଣ ଏବଂ ଶ୍ରୀରାଧାଙ୍କ ବେଶ ଧାରଣ କରି ବୃନ୍ଦାବତୀଙ୍କ ନିକଟରେ ସମର୍ପଣ ସହିତ ଏହି ରୀତିନୀତି କରି ବେଶ୍‌ ଆନନ୍ଦ ଉପଭୋଗ କରିଥାଆନ୍ତି । ଏଥିସହିତ କାର୍ତ୍ତିକ ମାସସାରା ଏଠାରେ ପୁରାଣ ପାଠ କରାଯାଇଥାଏ । ହାଟବସ୍ଥ ଗାଁର ସ୍‌ପ୍ନେଶ୍‌ର ମହାଦେବ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରସିଦ୍ଧ ହୋଇଥିବା ବେଳେ ଏଠାରେ ପ୍ରତିଦିନ ବହୁ ଭକ୍ତଙ୍କ ଭିଡ ଜମିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.