ଲୁଚକାଳି ଖେଳୁଛି ବର୍ଷା: କାଲିଠୁ କମିବ, ପୁଣି ୧୦ରେ ବଢିବ

ଭୁବନେଶ୍ବର(କେନ୍ଯୁଜ୍): ୧୦ ପର୍ଯ୍ୟନ୍ତ ବର୍ଷା। କାଲିଠୁ କମିବ , ପୁଣି ୧୦ରେ ବଢିବ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଆସନ୍ତା ୨ରୁ ୩ ଦିନ ଭିତରେ ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ -ଉତ୍ତର- ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଲାଗିରହିଛି।

ଆଜି ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଏହି ୬ ଜିଲ୍ଲା ପାଇଁ ୱେଲୋ ଆଲର୍ଟ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ଆସନ୍ତାକାଲିଠୁ ଲଘୁଚାପ ଦୁର୍ବଳ ହୋଇ ବର୍ଷା ପରିମାଣ କମିବ।

ଏହାପରେ ୧୦ତାରିଖରୁ ପୁଣି ବର୍ଷା ହେବ। ଆସନ୍ତା ୧୨ ତାରିଖରେ ଆଉ ଏକ ଲଘୁଚାପ ନେଇ ବିଭିନ୍ନ ମଡେଲ୍‌ ଆକଳନ କରୁଛି। କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଗତକାଲିର ବର୍ଷା ପରେ ରାଜ୍ୟର ନିଅଣ୍ଟିଆ ବର୍ଷାର ୧ ପ୍ରତିଶତ ଭରଣା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.