ବୁର୍ଲା ଗୋଶାଳା ଛକ ନିକଟରେ ମଝି ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ପଲିଥିନ୍‌ ବୋଝେଇ ଟ୍ରକ୍

ସମ୍ବଲପୁର(କେନ୍ଯୁଜ୍): ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ପଲିଥିନ୍‌ ବୋଝେଇ ଟ୍ରକ। ବୁର୍ଲା ଗୋଶାଳା ଛକ ନିକଟରେ ଆଜି ସକାଳ ୭ଟା ସମୟରେ ଏକ ଟ୍ରକରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା। ଫଳରେ ଟ୍ରକର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ଜାଳି ଯାଇଛି। ତେବେ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଗାଡିଟି ସମ୍ବଲପୁରରୁ ବରଗଡ଼ ଯାଉଥିବାବେଳେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଗଡ଼ିରେ ନିଆଁ ଲାଗିବା ଦେଖି ତୁରନ୍ତ ବୁର୍ଲା ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଦେଢ଼ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା। ଏନେଇ ବୁର୍ଲା ଅଗ୍ନିଶମ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.