ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ: ସମ୍ବଲପୁର ରିଜର୍ଭ ଇନିସପେକ୍ଟର ମଧୁସୂଦନ ମାହାପାତ୍ରଙ୍କୁ ବଦଳି

ସମ୍ବଲପୁର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ । ସମ୍ବଲପୁର ରିଜର୍ଭ ଇନିସପେକ୍ଟର ମଧୁସୂଦନ ମାହାପାତ୍ରଙ୍କୁ ବଦଳି କରାଯାଇଛି। ଦାୟିତ୍ୱ ଆବଣ୍ଟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଧୁସୂଦନଙ୍କୁ ବୌଦ୍ଧ ଜିଲ୍ଲାକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବୌଦ୍ଧରେ ଥିବା ରାଜୀବ ଲୋଚନ ସେଠ୍‌ଙ୍କୁ ନିଯୁକ୍ତ କରାଯାଇଛି।

ଗତକାଲି ସମ୍ବଲପୁର ଜେଲ ଓ୍ଵାର୍ଡର ଓ ଡ୍ୟୁଟିରେ ଥିବା କନେଷ୍ଟବଳ ମହମ୍ମଦ ମୌସିମଙ୍କୁ ଗିରଫ କରାଯାଇଥିଲା। ହାଇଦର ଫେରାର ପଛରେ ଏମାନଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ହାଇଦର ଫେରାର ଘଟଣାରେ ଏଯାଏ ଜଣେ ମହିଳାଙ୍କ ସହ ବନ୍ଧା ହେଲେଣି ୮ ଜଣ । ହାଇଦର ଏବେ ଚୌଦ୍ୱାର ଜେଲ୍‌ରେ ରହିଛି। କରୋନା ଆକ୍ରାନ୍ତ ହୋଇଥିବାରୁ ତାକୁ ଆଇସୋଲେସନରେ ରଖାଯାଇଛି। ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଅଧିକ ତଥ୍ୟା ହାସଲ ପାଇଁ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.