ନବରଙ୍ଗପୁରରେ ଚଳିତ ମାସର ପ୍ରତ୍ଯେକ ଶନିବାର, ରବିବାର ଲାଗୁ ହେଲା ସଟଡାଉନ୍

ନବରଙ୍ଗପୁର(କେନ୍ଯୁଜ୍): ନବରଙ୍ଗପୁର ଜିଲ୍ଲାରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ଯା। ଜିଲ୍ଲାରେ ବର୍ତ୍ତମାନ ୪୨ ଗଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ଯରୁ ୪ଜଣ ସୁସ୍ଥ ହୋଇଥିବା ପ୍ରକାଶ କରିଛନ୍ତି ଜିଲ୍ଲା ପ୍ରଶାସନ। ଏନେଇ ଜିଲ୍ଲାକୁ ସଂକ୍ରମଣର ମୁକାବିଲା ପାଇଁ ଆସନ୍ତା ଜୁଲାଇ ୩୧ ପର୍ଯ୍ଯନ୍ତ ପ୍ରତ୍ଯେକ ଶନିବାର ଏବଂ ରବିବାର ସଟଡାଉନ୍ ରହିବ।

ଜିଲ୍ଲାର କୌଣସି ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ। ଦୋକନ ବଜାର ସକାଳ ୭ ଟାରୁ ଦିନ ୨ଟା ପର୍ଯ୍ଯନ୍ତ ଖୋଲା ରହିବ। ଅନ୍ଯପଟେ ରାଜ୍ଯ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ରାତି ୯ଟାରୁ ସକାଳ ୫ଟା ପର୍ଯ୍ଯନ୍ତ କର୍ଫ୍ଯୁ ରହିବ। ବିନା ଅନୁମତିରେ କେହି ଘରୁ ବାହାରିଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ନବରଙ୍ଗପୁର ଜିଲ୍ଳାପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.