ଭିଜିଲାନ୍ସ ଜାଲରେ ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର SDMO, ୫,୫୦୦ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ
ସମ୍ବଲପୁର: ଭିଜିଲାନ୍ସ ଜାଲରେ ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର SDMO ବିପିନ ବିହାରୀ ସାହୁ। ଗତକାଲି ରେଢାଖୋଲ ଡାକ୍ତରଖାନାରେ ରୋଗୀ ସମ୍ପର୍କୀୟଙ୍କ ଠାରୁ ଅସ୍ତ୍ରୋପ୍ରଚାର ପାଇଁ ୫,୫୦୦ଟଙ୍କା ଲାଞ୍ଚ ନେଉଥିଲେ ।
ଠିକ୍ ସେହି ସମୟରେ ଘଟଣାସ୍ଥଳରେ ପହଁଚି ଡାକ୍ତର ବିପିନ୍ ବିହାରୀ ସାହୁଙ୍କୁ ଭିଜିଲାନ୍ସ ବିଭାଗ ଧରିଥିବା ଜଣାପଡିଛି।