ସରିଲା ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ: କୋଭିଡ ଗାଇଡଲାଇନକୁ ପାଳନ କରାଯାଇ ଗ୍ରହଣ କରାଯିବ କାର୍ଯ୍ୟପନ୍ଥା

ପୁରୀ:ଶେଷ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ। ଆଜିଠାରୁ ନାଟମଣ୍ଡପ, ଗର୍ଭଗୃହ, ଜଗମୋହନର ଯାଞ୍ଚ କରାଯିବ। କେମିକାଲ ୱାସ, ଷ୍ଟକ୍‌ଚରାଲ ଯାଞ୍ଚ, ଫ୍ଲୋର ରିପ୍ଲେମେଣ୍ଟ ଆଦି କାର୍ଯ୍ୟ ମଧ୍ୟ ଆରମ୍ଭ କରାଯିବ। ଆସନ୍ତା ୭ଦିନ ମଧ୍ୟରେ ସମସ୍ତ କାର୍ଯ୍ୟର ରୁଟିନ ପ୍ରସ୍ତୁତ କରାଯିବ।

ଗର୍ଭଗୃହର ତଳମହଲାରେ କାନ୍ଥ ସନ୍ତସନ୍ତିଆ ରହିଥିବାରୁ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। ଗର୍ଭଗୃହର ତଳମହଲା ଓ ଉପରମହଲା ସ୍ଥିତି ଠିକ ଅଛି। ନାଟମଣ୍ଡପ ଓ ଭୋଗମଣ୍ଡପ ଭିତର ସହ ରୋଷଶାଳା ପାଖାପାଖି ଯେଉଁଠି ପଥର ଦୁର୍ବଳ ରହିଛି ତାକୁ ବଦଳାଯିବ ଓ ଲେବୁଲିଂ କରାଯିବ। ଭୋଗମଣ୍ଡପରେ ଯେଉଁ ଯୋଡ଼ରେ ଫାଟ ରହିଛି ତାକୁ ମାର୍କ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହ ଆଲୋଚନା କରି କୋଭିଡ ଗାଇଡଲାଇନକୁ ପାଳନ କରାଯାଇ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.