ଘରୁ ବାହାରୁଛନ୍ତି କି ତେବେ ସାବଧାନ୍ ! ଆଜିଠୁ ଲକ୍‌ ଡାଉନ୍‌ ଲାଗି ପୁଣି କଡ଼ାକଡ଼ି ଚେକିଂ ଆରମ୍ଭ, ନିୟମ ନମାନିଲେ ଜରିମାନା ଆଦାୟ ସହ ନିଆଯାଉଛି କାର୍ଯ୍ଯାନୁଷ୍ଠାନ

ଭୁବନେଶ୍ବର: ଆଜିଠୁ କଟକ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଓ ରାଉରକେଲା ସହର ଲକ୍‌ ଡାଉନ୍‌ ଲାଗି କଡ଼ାକଡ଼ି ଚେକିଂ ଆରମ୍ଭ। ବିଭିନ୍ନ ଛକ ମାନଙ୍କରେ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ ଚାଲିଛି। ଯେଉଁମାନେ ନିୟମର ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଜୁଲାଇ ୩୧ ତାରିଖ ଯାଏଁ ଏଭଳି କଡ଼ାକଡ଼ି ଚେକିଂ ଜାରି ରହିବ।

trafficଆଜି କଟକ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଓ ରାଉରକେଲା ସହର ଦୋକାନ ବଜାର ବନ୍ଦ ରହିଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ସକାଳୁ ଖୋଲା ରହିଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଥମେ ପ୍ରାୟ ୭୦ ଦିନ ଧରି ଲକଡାଉନ୍ ରହିବା ପରେ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ଏହା ଫେଲ୍ ମାରିଛି। ଜୁନ୍ ମାସ ପରେ ଏବେ ଜୁଲାଇ ମାସରେ କରୋନା ସଂକ୍ରମଣ ଅଧିକ ବଢ଼ିଥିବା ଯୋଗୁଁ ପୁଣି ଥରେ ଲକଡାଉନ୍ ପର୍ଯ୍ୟାୟ ଆରମ୍ଭ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର।

ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ଓ ରାଉରକେଲା ମହନଗର ନିଗମରେ ଗତାକାଲି ରାତି ୯ଟାରୁ ତାଲାବନ୍ଦ ଆରମ୍ଭ ହୋଇଯାଇଛି । ତେବେ ଆସନ୍ତୁ ନଜର ପକାଇ ଦେବା  ଲକ୍‌ଡାଉନ୍‌ରେ କିଛି ନିୟମ ଉପରେ :

-ଖୋଲା ରହିବ ବ୍ୟାଙ୍କ, କିନ୍ତୁ ୨୫ ପ୍ରତିଶତ କର୍ମଚାରୀ ଆସିବେ

-ସେହିପରି ମଦ ର ହୋମ୍‌ ଡେଲିଭରୀକୁ ମିଳିଛି ଅନୁମତି

-ସକାଳ ୬ଟାରୁ ଦିନ ଗୋଟାଏ ଯାଏ ଖୋଲିବ କ୍ଷୀର, ପନିପରିବା, ଗ୍ରୋସରୀ, ମାଛ, ମାଂସ, ଅଣ୍ଡା ଦୋକାନ

-ଜରୁରୀ ସେବାକୁ ବାଦ ଦେଇ ବନ୍ଦ ରହିବ ସବୁ ମାର୍କେଟ

-ଏଟିଏମ୍‌ ଖୋଲା ରହିବ

-ଖଣି କାମ ଜାରି ରହିବ

-ଫ୍ଲିପ୍‌ କାର୍ଟ, ଆମଜନ ଭଳି ଇ-କର୍ମସ କାର୍ଯ୍ୟ କରି ପାରିବେ

-ଟେଲିକମ୍‌ ଓ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ସଂସ୍ଥା କାମ କରିବେ

ଲକଡାଉନ ଲାଗୁ ଅଞ୍ଚଳରେ ପୋଲିସ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏହି ସମୟ ମଧ୍ୟରେ ଆବଶ୍ୟକ ନଥିଲେ ଲୋକଙ୍କୁ ଅଯଥାରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।