ପିହୁକୁ ଖୋଜିବା ପାଇଁ ଗୁଣିଆର ସହାୟତା ନିଅ, ଘରକୁ ଆସିଲା ଚିଠି

ଯାଜପୁର ଟାଉନ(କେନ୍ୟୁଜ୍): ବହୁ ଚର୍ଚ୍ଚିତ ନିଖୋଜ ଶିଶୁ ପିହୁ କୁ ପାଇବା ପାଇଁ ଗୁଣିଆ ର ସହାୟତା ନିଅ। ରାଜ୍ଯର ୩ଜଣ ଗୁଣିଆ ଙ୍କ ନାଁ ଠିକଣା ସହିତ ଫୋନ ନମ୍ବର ଲେଖା ଏକ ପୋଷ୍ଟ କାର୍ଡ ଆଜି ପିହୁ ମା ଙ୍କ ପାଖକୁ ଆସିଛି। ଏଥି ସହିତ ଆଉ ଏକ ସରକାରୀ ଚିଠି ଗୃହ ବିଭାଗ ରୁ ମଧ୍ୟ ଆସିଛି। ଗୃହ ବିଭାଗର ସ୍ବତନ୍ତ୍ର ସଚିବ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଦିଆଯାଇଛି। ଯେଉଁଥିରେ ପିହୁ ନିଖୋଜ ଘଟଣାର ତଦନ୍ତ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଏକା ସାଙ୍ଗରେ ଗୋଟିଏ ଦିନରେ ଦୁଇ ଦୁଇଟି ଚିଠି ଆସିବାକୁ ନେଇ ଦେଖା ଦେଇଛି ବିବାଦ। ଆସିଥିବା ପୋଷ୍ଟ କାର୍ଡ କେଉଁଠୁ ଆସିଛି ତାହା ଜଣାପଡିନାହିଁ। କିନ୍ତୁ ଏହି ପୋଷ୍ଟ କାର୍ଡ ଚିଠି ସରକାରଙ୍କ ପକ୍ଷରୁ ଦିଆଯାଇଛି ବୋଲି ପିହୁଙ୍କ ମା ଅଭିଯୋଗ କରିଛନ୍ତି।
ଯଦି ନିଖୋଜ ଶିଶୁ ଙ୍କୁ ଖୋଜିବା ପାଇଁ ଗୁଣିଆ ର ସହାୟତା ନେବା ପାଇଁ ସରକାର ପରାମର୍ଶ ଦେଉଛନ୍ତି ତା ହେଲେ ପୋଲିସ ଓ ସିବିଆଇ କଣ ପାଇଁ ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନା ଯୋଗ୍ଯ ବିଂଝାରପୁର ଥାନା ମଧୁସୂଦନ ପୁର ଗାଁ ରୁ ନିଜ ମାମୁ ଘର ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପିହୁ ଦୁଇ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ। ଏହା ଏକ ଅପହରଣ ବୋଲି ପରିବାର ଲୋକେ ଅଭିଯୋଗ କରି ଆସୁଛନ୍ତି।