ସୁଇସାଇଡ ନୋଟ୍ ଲେଖି ଫ୍ୟାନରେ ଝୁଲି ପଡିଲେ ଶିକ୍ଷକ

ବେଗୁନିଆ(କେନ୍ୟୁଜ): ସୁଇସାଇଡ ନୋଟ୍ ଲେଖି ଫ୍ୟାନରେ ଝୁଲି ପଡିଲେ ଶିକ୍ଷକ । ସକାଳୁ ସକାଳୁ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଗୁନିଆରେ । ବେଗୁନିଆ ଥାନା ନିକଟସ୍ଥ ନୂଆସାହିରେ ରହୁଥିବା ଶିକ୍ଷକ ଅମରନାଥ ସେଠୀ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ଲାଗିଥିବା ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ମାନସିକ ଭାରସାମ୍ଯ ହରାଇ ଏପରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ତାଙ୍କ ନିକଟରୁ ଏକ ସୁଇସାଇଡ ନୋଟ୍ ଜବତ ହୋଇଛି ।

ଉକ୍ତ ସୁଇସାଇଡ ନୋଟରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଉଲ୍ଲେଖ ଅଛି । ତେବେ ସେ ବାଣପୁର ବ୍ଲକରେ ଶିକ୍ଷକତା କରୁଥିବା ବେଳେ ଗତ କିଛିଦିନ ତଳେ ସେ ଚାକିରିରୁ ନିଲମ୍ବିତ ହୋଇଥିଲେ । ଆଉ ରଜ ପରେ ସ୍କୁଲ ଖୋଲିଲେ କାହାକୁ ମୁହଁ ଦେଖାଇବେ ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ କରି ଫ୍ୟାନରେ ଝୁଲିପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.