କାଳବୈଶାଖୀ ପ୍ରଭାବରେ ହିଟ୍‌ୱେଭରେ ଲାଗିବ ବ୍ରେକ୍: ତାପମାତ୍ରା ୨ ଡିଗ୍ରୀ ସେଲସିୟସ ଯାଏ ତଳକୁ ଖସିବାର ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ):ତାତିରେ ଜଳୁଛି ସାରା ଓଡ଼ିଶା । କାଳବୈଶାଖୀ ପ୍ରଭାବରେ ହିଟ୍‌ୱେଭରେ ଲାଗିବ ବ୍ରେକ । ଆଗାମୀ ୩ ଦିନ ପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ଖସିବ । ମେ’୧ରୁ ୨ ମଧ୍ୟରେ ଦିନ ତାପମାତ୍ରା ୨ ଡିଗ୍ରୀ ସେଲସିୟସ ଯାଏ ତଳକୁ ଖସିବାର ସମ୍ଭାବନା ରହିଛି । ରାଜ୍ୟରେ ଆଗାମୀ ତିନି ଦିନ ମଧ୍ୟରେ ଦିନ ତାପମାତ୍ରାରେ ବଡ଼ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଏହାପରେ ପରବର୍ତ୍ତୀ ଦୁଇ ଦିନରେ ୨ ଡିଗ୍ରୀ ସେଲସିୟସ ଯାଏ ତାତି ଖସିବାର ସମ୍ଭାବନା ରହିଛି ।

ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କେନ୍ଦୁଝରରେ ୪୦.୪, ସମ୍ବଲପୁରରେ ୩୯.୬, ହୀରାକୁଦରେ ୩୮.୪ ଓ ତାନ୍ଦବାଲିରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ୯ ତାରିଖ ଯାଏ ୧୧ଟି ଜିଲ୍ଲା ଓ ୩୦ ତାରିଖରେ ୮ ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.