ଘରେ ବସି ପଢ଼ୁଥିଲା ପୁଅ, ଘରେ ପଶି ହାଣି ଦେଇଗଲା ଦୁର୍ବୃର୍ତ୍ତ

ପୁଅ ଆଉ ଏ ଦୁନିଆରେ ନାହିଁ ବୋଲି ବିଶ୍ୱାସ କରିପାରୁନି ମାଆ । ହଠାତ୍‌ କଣ ଏମିତି ଘଟିଗଲା, କିଏ ମାରିଦେଲା ମୋ ପୁଅକୁ । ଏତେ ଛୋଟ ପିଲାଟି କଣ କାହାର ଦୋଷ କରିଥିଲା, କାହିଁକି କିଏ ଏତେ ନିର୍ମମ ଭାବେ ଏମିତି ହାଣିପକାଇଲା ।

ଜଟଣୀ (କେନ୍ୟୁଜ) : ମାଆ କାନ୍ଦି କାନ୍ଦି ଗଡିଯାଉଛି । କିଛି ସମୟ ପାଇଁ ତ ବୁଝିପାରୁନି କଣ ସବୁ ଏ ହେଇଗଲା । ପୁଅ ଆଉ ଏ ଦୁନିଆରେ ନାହିଁ ବୋଲି ବିଶ୍ୱାସ କରିପାରୁନି ମାଆ । ହଠାତ୍‌ କଣ ଏମିତି ଘଟିଗଲା, କିଏ ମାରିଦେଲା ମୋ ପୁଅକୁ । ଏତେ ଛୋଟ ପିଲାଟି କଣ କାହାର ଦୋଷ କରିଥିଲା, କାହିଁକି କିଏ ଏତେ ନିର୍ମମ ଭାବେ ଏମିତି ହାଣିପକାଇଲା । ଏମିତି ହାଣିଦେଇଛି ଯେ କିଛି ସମୟରେ ହିଁ ପ୍ରାଣ ଚାଲିଗଲା । ମୋ ପୁଅ ଚିତ୍କାର କରୁଥିଲା, କଷ୍ଟରେ ଛଟପଟ ହେଉଥିଲା । ଆଉ ଯନ୍ତ୍ରଣା ସହିନପାରି ଆଖି ବୁଜିଦେଲା ।

କେବଳ ଅନ୍ଧାର ରାତିରେ ନୁହେଁ, ଜଟଣୀରେ ଅପରାଧର ବାତାବରଣ ଏମିତି ସାଂଘାତିକ ହୋଇ ଗଲାଣି ଯେ ଦିନ ଦ୍ୱିପ୍ରହରରେ ମଧ୍ୟ ସେମାନେ ଆତଙ୍କ ଖେଳାଇବାକୁ ପଛାଉ ନାହାନ୍ତି। ଆଜି ମଧ୍ୟ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁରେ ଅଜଣା ଦୁର୍ବୃତ୍ତର ଛୁରାମାଡ଼ରେ ଜଣେ ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି। ମୃତ ନାବାଳକ ଉକ୍ତ ଗାଁର ମନୋଜ ପାଲଟାସିଂଙ୍କ ପୁଅ ଶୁଭମ ସ୍ୱରୂପ ପାଲଟାସିଂ। ସେ ଷଣ୍ଢପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ର ଥିଲେ। ହତ୍ୟାର କାରଣ ଜଣାପଡ଼ି ନଥିଲେ ମଧ୍ୟ ସ୍କୁଲର ପୂର୍ବ ଗଣ୍ଡଗୋଳ କିମ୍ବା ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରାମାଡ଼ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାରୀ ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ ଏଯାଏ କୌଣସି ସୂରାକ ପୁଲିସ ପାଇନି।

ସୂଚନା ମୁତାବକ ବୁଧବା ସଂଧ୍ୟା ପ୍ରାୟ ୬ଟା ବେଳେ ଶୁଭମ ତଳ ମହଲାରେ ଥିବା ଘରେ ପଢ଼ୁଥିଲେ। ତାଙ୍କ ବାପା ଓ ଭଉଣୀ ଉପର ମହଲାରେ ଥିବା ଘରେ ପିଲାମାନଙ୍କୁ ଟ୍ୟୁସନ୍ କରୁଥିଲେ। ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଘର କବାଟ ବାଡ଼େଇଥିଲା। ଶୁଭମ ଘର କବାଟ ଖୋଲିବା ପରେ ଦୁର୍ବୃତ୍ତଟି ଜବରଦସ୍ତ ଭିତରେ ପଶି ନାବାଳକଙ୍କ ପେଟ, ବେକ ଓ ଛାତିରେ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଶୁଭମଙ୍କ ଚିତ୍କାର ଶୁଣି ତାଙ୍କ ମା’ ଧାଇଁଆସି ପୁଅ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଛଟପଟ ହେଉଥିବା ଦେଖି ପାଟି କରିଥିଲେ। ପରିବାର ଲୋକେ ଶୁଭମଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଗାଁକୁ ଯାଇ ଛାନଭିନ୍ ଆରମ୍ଭ କରିଥିଲା। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ଅନ୍ୟପଟେ ଶୁଭମଙ୍କର କାହା ସହ କିଛି ପୂର୍ବ ଶତ୍ରୁତା ନଥିଲା ଓ ସେ ଜଣେ ସରଳ ଓ ମେଧାବୀ ପିଲା ଥିଲେ ବୋଲି ତାଙ୍କୁ ଜାଣିଥିବା ଲୋକେ କହୁଛନ୍ତି।

ଗାଁରେ ସମସ୍ତେ ତାକୁ ଭଲ ପାଉଥିଲେ। କିଏ ଓ କାହିଁକି ତାଙ୍କୁ ହତ୍ୟା ଏଭଳି ନିର୍ମମ ଭାବେ ହତ୍ୟା କଲା, ସେ ବିଷୟରେ ସେ କିଛି ଭାବି ପାରୁ ନାହାନ୍ତି ବୋଲି ତାଙ୍କ ମା’ କହିଛନ୍ତି। ତେବେ ନାବାଳକକୁ ଘରେ ପଶି କିଏ ମାରିଲା ଛୁରୀ । ରାତିରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭୁବନେଶ୍ୱର ଯୋନ ୩ ଏସିପି ଜଟଣୀ ଥାନା ଆଇଆଇସି ସହିତ ଅନ୍ୟ ଅଧିକାରୀ ମାନେ ପହଞ୍ଚି ପରିବାର ଲୋକଙ୍କୁ ପଚରା ଉଚରା କରିବାସହିତ ବିଭିନ୍ନ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଏସିପି ସୂଚନା ଦେଇଛନ୍ତି । ଦୁର୍ବୁତ୍ତ ଜଣକ ମାରିଥିବା ଛୁରୀ ସହିତ ଏକ ବ୍ୟାଗ ଘଟଣା ସ୍ଥଳରେ ପଡିରହିଛି ଆଜି ତାଙ୍କ ଘରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.