ବ୍ରହ୍ମପୁରରେ କାଳବୈଶାଖୀ ତାଣ୍ଡବ : କାନ୍ଥ ଭୁଶୁଡ଼ି ଜଣେ ମୃତ, ଜଣେ ଆହତ
କାଳବୈଶାଖୀ ପ୍ରଭାବରେ ଘରର କାନ୍ଥ ଭୁଶୁଡ଼ି ଜଣେ ମୃତ, ଜଣେ ଆହତ ହୋଇଛନ୍ତି। ଗତ କାଲି ବିଳମ୍ବିତ ରାତ୍ରରେ ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ଟି, ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଏଭଳି ଘଟଣା ଘଟିଛି। ମୃତକ ହେଲେ ସୁଶାନ୍ତ ମଳିକ ଓ ଗୁରୁତର ଆହତ ଜଣଙ୍କ ହେଲେ ସୁକାନ୍ତ ମଳିକ।

ବ୍ରହ୍ମପୁର (କେନ୍ୟୁଜ): କାଳବୈଶାଖୀ ପ୍ରଭାବରେ ଘରର କାନ୍ଥ ଭୁଶୁଡ଼ି ଜଣେ ମୃତ, ଜଣେ ଆହତ ହୋଇଛନ୍ତି। ଗତ କାଲି ବିଳମ୍ବିତ ରାତ୍ରରେ ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ଟି, ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଏଭଳି ଘଟଣା ଘଟିଛି। ମୃତକ ହେଲେ ସୁଶାନ୍ତ ମଳିକ ଓ ଗୁରୁତର ଆହତ ଜଣଙ୍କ ହେଲେ ସୁକାନ୍ତ ମଳିକ। ଦୁଇ ଜଣଙ୍କୁ ଦିଗପହଣ୍ଡି ମେଡିକାଲକୁ ଅଣାଯାଇଥିଲା କିନ୍ତୁ ସେଠାରେ ସୁଶାନ୍ତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର l ସେପଟେ ଗରିବ ପରିବାରକୁ ସାହାଯ୍ଯ କରିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।