ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା, ଆଜି ୧୦ଟା ରାତିରୁ ପୁରୀରେ ଜାରି ହେବ ୧୪୪ ଧାରା

ପୁରୀ(କେନ୍ଯୁଜ୍): ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ସ୍ନାନବେଦୀକୁ ବିଜେ କରିବେ ଶ୍ରୀଜୀଉ । ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ସ୍ନାନଯାତ୍ରା ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଆଜି ରାତି ଗୋଟାଏରୁ ଆରମ୍ଭ ହେବ ଶ୍ରୀଜୀଉଙ୍କ ପହଣ୍ଡି । ଧାଡି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ ମହାପ୍ରଭୁ । କୋଠ ସୁଆଁସିଆମାନେ ଗତକାଲି ରାତି ୧ଟା ୩୦ରୁ ଯାଇ ରତ୍ନବେଦୀରେ ଚାରମାଳ ବାନ୍ଧିବା ଶେଷ କରିଛନ୍ତି।

ଆଜି ମହାପ୍ରଭୁଙ୍କ ସେନାପଟା ଲାଗି ଆରମ୍ଭ ହୋଇଛି। କୋଭିଡ କଟକଣା ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ରାତିରୁ ଜାରି ହେବ ୧୪୪ ଧାରା। ରାତି ୧୦ଟାରୁ ୧୪୪ ଧାରା ଲାଗୁ ହୋଇ ୨୫ ତାରିଖ ଭୋର ୨ଟା ଯାଏ ବଳବତ୍ତର ରହିବ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ପୁରୀ ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ରହିବେ ୫ ଜଣ ଅତିରିକ୍ତ ଏସପି, ୨୩ ଡିଏସପି, ୩୫ ପ୍ଲାଟୁନ ଫୋର୍ସ ଓ ୧୫୦ରୁ ଅଧିକ ଅଧିକାରୀ। କେବଳ ପାସଧାରୀ ସେବାୟତଙ୍କୁ ଛଡ଼ାଯିବ । ଜଳଲାଗି ଓ ହାତୀବେଶ ସମୟରେ ଶ୍ରୀଜିଉଙ୍କ ସମ୍ମୁଖରେ ଅଯଥା ଗହଳି କରାଯିବ ନାହିଁ। ସ୍ନାନଯାତ୍ରା ନୀତି ପାଇଁ ଗତକାଲି ରାତିରୁ ଦଇତାପତି ସେବାୟତ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.