ଆସନ୍ତାକାଲି ଜାଗର: ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ରାତି ୧୦ଟାରେ ଉଠିବ ମହାଦୀପ

ଶିବରାତ୍ରି ପାଇଁ ସମସ୍ତ ଶୈବପୀଠ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ମହାଶିବରାତ୍ରି । ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଶିବରାତ୍ରି ପାଇଁ ସମସ୍ତ ଶୈବପୀଠ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ହୋଇଛି । ଲିଙ୍ଗରାଜ ମହାପ୍ରଭୁଙ୍କ ଠାରେ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତିର୍ନିଘଣ୍ଟ ଚୂଡାନ୍ତ ହୋଇଛି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା କରାଯିବା ସହ ମନ୍ଦିରକୁ ସାଜସଜ୍ଜା କରାଯାଉଛି । ଶ୍ରୀ ଲିଙ୍ଗରାଜ ମନ୍ଦିର ପକ୍ଷରୁ ରଙ୍ଗ ଦେବା କାମ ଶେଷ ହୋଇ ସାରିଲାଣି ।

ଏଥର ବି ଝଲସିବ ଏକାମ୍ର କ୍ଷେତ୍ର । ଭକ୍ତ ମାନେ ଲିଙ୍ଗରାଜ ମନ୍ଦିରରେ ମହାଦୀନ ଉଠିବା ଦେଖିବା ସହିତ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଥିପାଇଁ ଲିଙ୍ଗରାଜ ମନ୍ଦିର, କେଦାରଗୌରୀ ମନ୍ଦିରୀ, ଚିନ୍ତାମଣିଶ୍ୱର ମନ୍ଦିର, ନିଳାଦ୍ରୀ ବିହାର ସ୍ଥିତ ଇଶାନେଶ୍ୱର ମନ୍ଦିର, ଜିଜିପି କଲୋନୀ ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି । ମନ୍ଦିର ସବୁକୁ ଆଲୋକ ଓ ଫୁଲମାଳାରେ ସଜା ଯାଇଛି । ଅନେକ ଶୈବ ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଚଳିତ ବର୍ଷ ସର୍ବାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି ପ୍ରସ୍ତୁତି କରିଛି କମିସନରେଟ୍‌ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.