ନୂଆଁଖାଇରେ ଅଘଟଣ: ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ପୋଲିସ୍ ଏସ୍‌ଆଇଙ୍କ ମୃତ୍ୟୁ

ନୂଆପଡ଼ା(କେନ୍ୟୁଜ୍): କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ଏସ୍‌ଆଇଙ୍କ ମୃତ୍ୟୁ। ଆଜି ସକାଳେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତ ପୋଲିସ୍ ଏସ୍‌ଆଇ ଜଣଙ୍କ ହେଉଛନ୍ତି ସୁଧାଂଶୁ ଶେଖର ପାଣ୍ଡେ। ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର ଗାଁରେ।

ନୂଆଖାଇ ପାଳନ କରିବାକୁ ଘରକୁ ଆସିଥିଲା। ଆଜି ସକାଳେ କୌଣସି କାମରେ ବଜାରକୁ ଆସିଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଏକ କୋଇଲା ବୋଝେଇ ଟ୍ରକ୍‌ ଆସି ହଠାତ୍ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଏସ୍‌ଆଇ ତଳେ ଛିଟିକି ପଡ଼ିବା କ୍ଷଣି ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ିଯାଇଥିଲା।  ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏପଟେ ଖବରପାଇ ଘଟରାସ୍ଥଳରେ ପୋଲିସ୍ ପହଁଚି ଟ୍ରକ୍‌କୁ ଜବତ କରିବା ସହ ଗାଡ଼ି ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି । ଯାହା ଜଣାପଡିଛଇ କିଛି ଦିନ ତଳେ ସୁଧାଂଶୁଙ୍କର ପଦୋନ୍ନତି ହୋଇଥିଲା। ସେ କନଷ୍ଟେବଳରୁ ଏସ୍‌ଆଇ ହୋଇ, ଅନୁଗୋଳରେ ଟ୍ରେନିଂ ନେଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.