ଇଏ କି ଆଇନ୍? ପୁଅ ସହ କଥା ହେବାରୁ ଯୁବତୀଙ୍କୁ ବାହା ହେବାକୁ ବାଧ୍ୟ କଲେ ଗ୍ରାମବାସୀ

ଉମରକୋଟ(କେନ୍ଯୁଜ୍): ପୁଅ ସହ କଥା ହେବାରୁ ଯୁବତୀଙ୍କୁ ବାହା ହେବାକୁ ବାଧ୍ୟ କଲେ ଗ୍ରାମବାସୀ । ନବରଙ୍ଗପୁର ରାଇଘର ବ୍ଲକ୍‌ ସୋନପୁର ବଙ୍ଗୀୟ DNK ଗାଁରେ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ ଯୁବତୀ ଜଣକ ନିଜ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ । ଗାଁର ଜଣେ ପୁଅ ସହ ରାତିରେ କଥା ହେଉଥିବାରୁ ତାଙ୍କୁ ସେହି ଯୁବକଙ୍କୁ ବାହା ହେବାକୁ ବାଧ୍ୟ କରିଥିଲେ ଗ୍ରାମବାସୀ ।

ଏପରିକି ଭଉଣୀର ଦିଅର ଓ କିଛି ଯୁବକ ଉଭୟଙ୍କୁ ଏକ ଘରେ ବନ୍ଦ କରି ଭିଡିଓ କରିଥିଲେ । ଗାଁ ଦାଣ୍ଡରେ ଏକତ୍ରିତ ହୋଇ ବାହା ହେବାକୁ ବାଧ୍ୟ କରିଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଖବର ଜାଣିବା ପରେ ଯୁବତୀଙ୍କ ବାପା ଝିଅକୁ ଆଣିବାକୁ ଯାଇଥିଲେ । ଗାଁ କମିଟି ସଦସ୍ୟ ଯୁବତୀଙ୍କ ବାପାକୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ରାଇଘର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା। ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.