ପ୍ରେମ କରିବ ତ ଏମିତି, ଦୃଷ୍ଟିବାଧିତ ଜାଣିବି ପ୍ରେମିକର ସାତଜନମର ସାଥି ହେଲେ ପ୍ରେମିକା

ବଲାଙ୍ଗୀର(କେନ୍ୟୁଜ୍):  ଏଭଳି ଏକ ପ୍ରେମ କାହାଣୀ ଯାହା ପାଠକଙ୍କର ମନେରହିବ ନିଶ୍ଚିତ। ପ୍ରଥମେ  ମିସ କଲରୁ ପ୍ରେମ । ଆଉ ପ୍ରେମ ପରେ ବିବାହ । ହେଲେ ଏ ପ୍ରେମ ବିବାହ ଟିକେ ନିଆରା । ପ୍ରେମିକ ଜଣେ ଦୃଷ୍ଟିହୀନ ବୋଲି ଜାଣି ବି ସାତ ଜନମର ସାଥି କରିଥିଲେ ପ୍ରେମିକା ।ଏପରି ଏକ ପ୍ରେମ କାହାଣୀ ଦେଖା ଦେଇଛି ଵଲାଙ୍ଗିର ଜିଲ୍ଲା ପଟଣାଗଡ଼ ମଣ୍ଡମହୁଲ ଗାଁରେ । ଆଉ ଏହି ପ୍ରେମିକ ପ୍ରେମିକା ପ୍ରମାଣ କରୁଛନ୍ତି ପ୍ରେମ ସତ୍ୟ ଓ ଚିରନ୍ତନ । ବର୍ତ୍ତମାନ ସମୟରେ ଯେଉଁଠି ପ୍ରେମ ଦୈହିକ ସୁଖ ସର୍ବସ୍ବ ହୋଇପଡିଛି ,ସେଠି ଏହି ଦୁଇ  ପ୍ରେମୀଯୁଗଳ ଏକ ଦୁନିଆ ପାଇଁ ଉଦାହାରଣ ସାଜିଛନ୍ତି।

ପଟଣାଗଡ ବ୍ଲକ ମଣ୍ଡମହୁଲ ଗାଁର ଦିଲ୍ଲୀପ ତାଣ୍ଡି ଓ ବୁରୁଡା ଗାଁର ଚାନ୍ଦିନୀ ବାଘଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି ।ଦିଲ୍ଳୀପଙ୍କ ମିସ କଲରେ ଆରମ୍ଭ ଉଭୟଙ୍କ ପ୍ରେମ କାହାଣୀ । ଆଉ ପ୍ରେମ ଏତେ ନିବିଡ଼ ହେଲା ଯେ ପ୍ରେମିକ ଦିଲ୍ଲୀପ ଦୃଷ୍ଟି ବାଧିତ ଥିଲେ ବି ସବୁ ଜାଣି ବିବାହ କରିଥିଲେ ପ୍ରେମିକା ଚାନ୍ଦିନୀ । ଏପରି ପ୍ରେମକୁ ନେଇ ସବୁଠି ଚର୍ଚ୍ଚା । ଆଜିର ଦୁନିଆରେ ଧନ ସମ୍ପତ୍ତି ଓ ମଣିଷର ରୂପ ସୌନ୍ଦର୍ଯ୍ୟକୁ ନେଇ ବିବାହ ହେଉଥିବା ବେଳେ ଏଠି ଦୁଇଟି ସୁନ୍ଦର ମନର ମିଳନ ହୋଇଛି । ଏହି ବିବାହରେ ଉଭୟଙ୍କ ପରିବାର ସହମତିରେ ହୋଇଥିବାରୁ ସମସ୍ତେ ବେଶ ଖୁସି । ସତରେ ଏ ପ୍ରେମ ରେ ରହିଛି କେତେ ଭଲ ପାଇବା ଓ ବିଶ୍ୱାସ । ସାତ ଜନମ ର ସାଥି ହୋଇଗଲେ ଚାନ୍ଦିନୀ ଓ ଦିଲ୍ଳୀପ । ଆଗାମୀ ଦିନରେ ତାଙ୍କ ସାଂସାରିକ ଜୀବନ ସୁଖମୟ ହେଉ ଏହାହିଁ ଭଗବାନଙ୍କ ଠାରେ ପ୍ରାର୍ଥନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.