ଗୁରୁବାର ଦିନ ତୁଳସୀ ଗଛରେ ଚଢ଼ାନ୍ତୁ ଏହି ଜିନିଷ, ମିଳିବ ମା ଲକ୍ଷ୍ମୀଙ୍କ କୃପା

ପ୍ରାଚୀନ ସମୟରୁ ଆମ ପୂର୍ବଜ ମାନେ ତୁଳସୀ ପୂଜା କରି ଆସିଛନ୍ତି । ଆମ ହିନ୍ଦୁ ଶାସ୍ତ୍ରରେ ତୁଳସୀ ଗଛକୁ ବହୁତ ପବିତ୍ର କୁହାଯାଏ। ତେବେ ତୁଳସୀ ଗଛରେ ସବୁ ପ୍ରକାର ଦେବୀ ଦେବତାଙ୍କ ବସ ହୋଇଥାଏ ବୋଲି କୁହା ଯାଇଛି । ଶାସ୍ତ୍ର ଅନୁଯାଇ ସବୁ ହିନ୍ଦୁ ମାନଙ୍କ ଘରେ ତୁଳସୀ ରହିବା ବହୁତ ଆବଶ୍ୟକ ଅଟେ, ଯେଉଁ ଘରେ ପ୍ରତିଦିନ ତୁଳସୀ ପୂଜା କରା ଯାଇଥାଏ ଏହି ପୂଜା ଦ୍ଵାରା ଆପଣଙ୍କ ଘର ଉପରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଅସିମ କୃପା ହୋଇଥାଏ ।

ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ କି ଆପଣ କିଭଳି ଭାବେ ମା ତୁଳସୀଙ୍କର ପୂଜା କରିବା ଦ୍ଵାରା ଲାଭ ବାନ ହୋଇ ପାରିବେ । ଆପଣମାନେ ଅନେକ ଲୋକଙ୍କ ଘରେ ଦେଖିଥିବେ କି ସେମାନେ ନିଜ ତୁଳସୀ ଗଛ କୁ ସଠିକ ଭାବେ ଯତ୍ନ କରି ନଥାନ୍ତି । କିନ୍ତୁ ଦେଖିବା ପାଇଁ ଗଲେ ତୁଳସୀ ଗଛ କୁ ଧାର୍ମିକ ମତରେ ଅଧିକ ମାନ୍ୟତା ମିଳିଛି । ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବାକି ଏହାକୁ ବିଜ୍ଞାନ ମତରେ ମଧ୍ୟ ଏକ ଉପକାରୀ ଗଛ ବୋଲି କୁହାଯାଇଛି ।

ଯଦି ଆପଣ ଚାହାଁନ୍ତି କି ଆପଣଙ୍କ ସମସ୍ୟା ଦୂର ହୋଇ ଯାଉ ତେବେ ଆପଣ ନିଶ୍ଚିତ ଭାବେ ତୁଳସୀ ଗଛକୁ ନିଜ ଘର ଅଗଣାରେ ରଖନ୍ତୁ । ଏହାକୁ ଯତ୍ନ ଓ ପୂଜା କରନ୍ତୁ ଯେଭଳି ଭାବେ ଆମେ ପୂଜା ଘରେ ମା ଲକ୍ଷ୍ମୀ ଙ୍କର ପୂଜା କରୁଛେ । ଭଗବାନ ବିଷ୍ଣୁ ଙ୍କର ଅତି ପ୍ରିୟ ଅଟେ ଏହି ଗଛ । ଏହାର ପତ୍ର ଯଦି ଆପଣ ସବୁ ଦିନ ଜଗନ୍ନାଥଙ୍କୁ ଦେବେ ସେ ଖୁବ ଖୁସି ହୋଇଥାନ୍ତି। ତେବେ ଏହାକୁ କିଭଳି ରଖିବେ ଆସନ୍ତୁ ଜାଣିବା।

ତୁଳସୀ ଗଛ ପାଖରେ ଆପଣ ଜୋତା କିମ୍ବା ଚପଲ ରଖନ୍ତୁ ନାହିଁ । ଏହା ଦ୍ଵାରା ଭଗବାନ ବିଷ୍ଣୁ ଓ ମା ତୁଳସୀଙ୍କର ଅପମାନ ହୋଇଥାଏ । ଆପଣ ଏହାର ଆଖ ପାଖକୁ ସବୁ ବେଳେ ସଫା ରଖନ୍ତୁ । ତୁଳସୀ ଗଛ ମୂଳରେ ଅନ୍ୟ କିଛି ଗଛ ଲଗାନ୍ତୁ ନାହିଁ। ଏହା ସହ ଆପଣ ପୂଜା କରିବା ସମୟରେ ତୁଳସୀ ଗଛରେ ଏକ ନାଲି ରଙ୍ଗର ଚୂନରୀ ବାନ୍ଧି ଦିଅନ୍ତୁ ।

ଯଦି ଆପଣଙ୍କୁ କେବେ ଲାଗୁଛି କି ଏହା ଫିକା ହୋଇ ଯାଇଛି କିମ୍ବା ଚିରି ଯାଇଛି ତେବେ ଆପଣ ଏହାକୁ ବଦଳାଇ ପାରିବେ ଓ ଅନ୍ୟ ଏକ ଚୂନରୀ ଆଣିକି ଲଗାଇ ପାରିବେ । ଏହା ସହ ଆପଣ ସବୁ ଦିନ ତୁଳସୀ ଗଛ ମୁଳରେ ପୂଜା କରିବା ଆଗରୁ ହେଉ କିମ୍ବା ପୂଜା କରିବା ପରେ ହେଉ ଜଳ ଚଢ଼ାଇବାକୁ ଭୁଲନ୍ତୁ ନାହିଁ । ଏଭଳି କରିବା ଦ୍ଵାରା ଆପଣ ଦେଖିବେ ଆପଣଙ୍କ ଘରକୁ ଆସୁଥିବା ଅସାନ୍ତି ଦୂର ହୋଇଯିବ ।

ଗୁରୁବାର ଦିନ ପ୍ରଥମେ ତୁଳସୀ ଗଛକୁ ପୂଜା କରିବା ପରେ ହିଁ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଏହିଦିନ ସ୍ତ୍ରୀଲୋକମାନେ ହଳଦିଆ ବସ୍ତ୍ର ପରିଧାନ କରିବା ଉଚିତ, ଏହା ଶୁଭ ହୋଇଥାଏ। ଏହିଦିନ ତୁଳସୀ ମୂଳରେ ହଳଦିଆ ଫୁଲ ଅର୍ପଣ କରନ୍ତୁ।

କେବଳ ସେତିକି ନୁହେଁ ଆପଣ ଯଦି ଚାହିଁବେ ତ କିଛି କଞ୍ଚା କ୍ଷୀର କୁ ନେଇ ତୁଳସୀ ମୂଳରେ ଦିଅନ୍ତୁ । କେବଳ ସେତିକି ନୁହେଁ ଆପଣ ସନ୍ଧ୍ୟା ବେଳେ ଏହା ମୂଳରେ ଯଦି ଗୁଆ ଘିଅର ଦୀପ ଦିଅନ୍ତୁ କିମ୍ବା ତେଲର ଦୀପ ଜାଲି ପାରିବେ । ଏହା ଦ୍ଵାରା ଘରେ ଶାନ୍ତି ବଜାୟ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.