Below header
Browsing Tag

elephant

ପୁଣି ଫେରିଲେ ଚନ୍ଦକା ହାତୀ, ଆଠଗଡ଼ ଏବଂ ଖୁଣ୍ଟୁଣୀ ବନାଞ୍ଚଳରେ କରୁଛନ୍ତି ଫସଲ ନଷ୍ଟ

ଆଠଗଡ଼(କେନ୍ଯୁଜ୍): ପୁଣି ଫେରିଲେ ଚନ୍ଦକା ହାତୀ । ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଆଠଗଡ଼ ବନଖଣ୍ଡ ଅଞ୍ଚଳକୁ ଫେରିଛନ୍ତି ଚନ୍ଦକା ହାତୀପଲ । ହାତୀ ପଲରେ ୧୬ ରୁ ଅଧିକ ହାତୀ ଏବଂ ୪ ଟି ହାତୀ ଛୁଆ ରହିଥିବା ଜଣାପଡିଛି । ଆଠଗଡ଼ ବନାଞ୍ଚଳ ଏବଂ ଖୁଣ୍ଟୁଣୀ ବନାଞ୍ଚଳରେ ହାତୀପଲ ଘୁରି ବୁଲୁଥିବା…

ବାସ୍ତୁ ଟିପ୍ସ: ଦାମ୍ପତ୍ୟ ଜୀବନରେ ଖୁସି ଓ ପ୍ରେମ ବର୍ଷା ପାଇଁ ଘରେ ରଖନ୍ତୁ ଏହି ପ୍ରାଣୀର ମୂର୍ତ୍ତି

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ହାତୀର ଯୋଡ଼ା ଫଟୋ କିମ୍ବା ମୂର୍ତ୍ତି ରଖିବା ବହୁତ ଶୁଭ ହୋଇଥାଏ। ପ୍ରାଣୀମାନଙ୍କ ମଧ୍ୟରେ ହାତୀ ବହୁତ କର୍ମଠ ଓ ବୁଦ୍ଧିମାନ ହୋଇଥାଏ। ସେମାନଙ୍କ ପାରିବାରିକ ସମୂହରେ ମାଈ ହାତୀ ଓ ମୁଖିଆଙ୍କୁ ସବୁବେଳେ ପ୍ରାଥମିକତା ଦିଆଯାଇଥାଏ ଏବଂ ସେମାନଙ୍କ ସମ୍ମାନ…

ବରସୁଆଁ ଘାଟିରେ ଖାଦ୍ୟ ମାଗୁଛି ହାତୀ, ଭାଇରାଲ୍ ହେଉଛି ଭିଡିଓ

ବଣାଇ(କେନ୍ଯୁଜ୍): ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଞ୍ଜର ଟେନସା,ବରସୁଆଁ ଘାଟିରେ ଏକ ହାତୀ ରାସ୍ତା ଉପରକୁ ଆସି ଗାଡିକୁ ଅଟକାଇ ଖାଦ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ଏହି ହାତୀଟି ପୂର୍ବରୁ ମଧ୍ୟ ଏଭଳି ଖାଦ୍ୟ ସଂଗ୍ରହ କରୁଥିଲା। ଗାଡି ଚାଳକ ମାନଙ୍କ ପାଖରେ ଖାଦ୍ୟ ଥିଲେ ଶୁଣ୍ଢରେ…

କେନ୍ଦୁଝର ସରୁକୁଦ ନିକଟରୁ ହାତୀ ମୃତ୍ୟୁ ଘଟଣା, ଭୁବନେଶ୍ୱରରୁ ଆସି ତଦନ୍ତ କରୁଛନ୍ତି ସ୍ୱତନ୍ତ୍ର ଟିମ୍‌

କେନ୍ଦୁଝର(କେନ୍ଯୁଜ୍): ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କଲା ବନବିଭାଗ। ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟିମ୍‌ ଆସି ହାତୀ ମୃତ୍ୟୁର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ ସରୁକୁଦ ନିକଟରୁ ମଙ୍ଗଳବାର ଆଉ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିଲା। ଗତ ଏକମାସ…

କେନ୍ଦୁଝର-ଢେଙ୍କାନାଳ ସୀମାରେ ଅସୁସ୍ଥ ଦନ୍ତା ହାତୀ ଠାବ, ଗଭୀର କ୍ଷତ ଯୋଗୁ ବିଗୁଡୁଛି ସ୍ୱାସ୍ଥ୍ୟବସ୍ଥା

କରଞ୍ଜିଆ(କେନ୍ଯୁଜ୍): ଗଭୀର କ୍ଷତ ଯୋଗୁ ବିଗୁଡୁଛି ହାତୀର ସ୍ୱାସ୍ଥ୍ୟବସ୍ଥା। କେନ୍ଦୁଝର ଓ ଢେଙ୍କାନାଳ ସୀମାରେ ଘୁରିବୁଲୁଥିବା ଅସୁସ୍ଥ ଦନ୍ତା ହାତୀକୁୁ ଠାବ ପରେ ମଧ୍ୟ ଆରମ୍ଭ ହୋଇପାରିନାହିଁ ହାତୀର ଚିକିତ୍ସା। ଚିକିତ୍ସା ପାଇଁ ହାତୀ ପାଖରେ ପହଞ୍ଚିପାରୁନାହାନ୍ତି ବନ ଅଧିକାରୀ। ନିଜ…

ଶୁଣ୍ଢରେ ମକାକୁ ଛଡ଼ାଇ ଛଡ଼ାଇ ଖାଉଛି ହାତୀ, ଦେଖନ୍ତୁ ମଜାଦାର ଭିଡିଓ

ସୋସିଆଲ ମିଡିଆରେ ପ୍ରାୟତଃ ହାତୀଙ୍କ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ସମସ୍ତଙ୍କୁ ହାତୀ ପସନ୍ଦ ଓ ବେଳେବେଳେ ହାତୀଙ୍କ କାମ ବି ଖୁବ୍‌ ମଜା ଲାଗେ। ତେବେ ଏବେ ସୋସିଆଲ ମିଡିଆରେ ହାତୀର ସେଭଳି ଏକ ମଜାଦାର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବି କହିବେ କ୍ୟୁଟ୍‌। କାରଣ ଭିଡିଓରେ…

ବାର୍‌ହା ଫାଶରେ ପଡ଼ି ଦନ୍ତାହାତୀର ମୃତ୍ୟୁ

ଢେଙ୍କାନାଳ(କେନ୍ଯୁଜ୍): ବାର୍‌ହା ଫାଶରେ ପଡ଼ି ଦନ୍ତାହାତୀର ମୃତ୍ୟୁ। ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ କନ୍ତାମିଲା ଗାଁ ନିକଟ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ହୋଇଛି। ଶିକାରୀମାନେ ବାର୍‌ହା ଶିକାର ପାଇଁ ବିଛାଇ ଥିବା ବିଦ୍ୟୁତ୍‌ ତାରରେ ଲାଗି ମୃତ୍ୟୁ ଆଶଙ୍କା କରାଯାଉଛି। ପାଖରେ ତାର…

କରଞ୍ଜିଆ ଉପଖଣ୍ଡରେ ୧୮ଟିକିଆ ହାତୀ ପଲଙ୍କ ଉତ୍ପାତ, ଘର ଭାଙ୍ଗିବା ସହ କରୁଛନ୍ତି ବ୍ୟାପକ ଫସଲ ନଷ୍ଟ

କରଞ୍ଜିଆ(କେନ୍ଯୁଜ୍): ମୟୂରଭଞ୍ଜ କରଞ୍ଜିଆ ଉପଖଣ୍ଡରେ ହାତୀ ଉପଦ୍ରବ । କିଛି ଦିନ ହେବ କେନ୍ଦୁଝର ଜିଲ୍ଲା ପଟୁ ଦୁଇଟି ହାତୀ ପଲ ବନବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗୋଟିଏ ହାତୀ ପଲ ଦୁଧିଆଣି ରେଞ୍ଜର ମତା ଜଙ୍ଗଲରେ ଏବେ ୧୮ଟି ହାତୀ ଥିବା ବେଳେ ଠାକୁରମୁଣ୍ଡା ରେଞ୍ଜର ଖେଜୁରିଆ ଜଙ୍ଗଲ…

କରଞ୍ଜିଆ : ଗାଁ ପାଖରେ ବୁଲୁଛନ୍ତି ୧୮ ହାତୀ, ଭୟ ରହିଛି ତଥାପି ଦେଖିବାକୁ ଲୋକଙ୍କ ଭିଡ଼

କରଞ୍ଜିଆ (କେନ୍ଯୁଜ୍): କିଛି ଦିନ ନିରବତା ପରେ ପୁଣି କରଞ୍ଜିଆ ବନଖଣ୍ଡକୁ ବାହୁଡିଛନ୍ତି ୧୮ ଟିକିଆ ହାତୀପଲ । ଗତକାଲି ବିଳମ୍ବିତ ରାତିରେ ବୈତରଣୀ ନଦୀ ପାର ହୋଇ କେନ୍ଦୁଝର ପଡ଼ୋଶୀ ଜିଲ୍ଲା କେନ୍ଦୁଝର ପଟୁ ଆସିଛନ୍ତି । ପ୍ରଥମେ ଏମାନେ ଆଦିପୁର, ସିଲିମାପୋଶି, ପନିଷି ଗାଁ ପରେ ପାର୍ବତୀପୁର…

ନୀଳଗିରିରେ ଦନ୍ତା ଆତଙ୍କ, ବାଣ ଫୁଟାଇ ଜଙ୍ଗଲକୁ ଘଉଡାଇଲା ବନବିଭାଗ

ବାଲେଶ୍ୱର(କେନ୍ଯୁଜ୍): ନିଦ ହଜାଇଛି ଦନ୍ତା। ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟରୁ ମୟୂରଭଞ୍ଜ ଦେଇ ବାଲେଶ୍ୱର ଜିଲା ନୀଳଗିରିକୁ ପାଇଲଟ ଦନ୍ତା ଖସି ଆସିଛି। ଦିନରେ ତିନିକୋଶିଆ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁରେ ପଶୁଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛି…

ବଣାଇ ରେଞ୍ଜ ବଡପୋଷ ଗାଁରେ ପଶିଲା ମାଇ ହାତୀ: ବିଦ୍ୟୁତ ସରବରାହ ବନ୍ଦ, କରାଯାଉଛି ଟ୍ରାକିଂ

ବଣାଇ(କେନ୍ଯୁଜ୍) : ଗାଁ ମଝିରେ ହାତୀ। ଗ୍ରାମବାସୀ ଭୟଭୀତ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ବଡପୋଷ ଗାଁ ମଝିରେ ମାଇ ହାତୀ ପଶିଥିବାରୁ ଗାଁ ଲୋକ ଭୟଭୀତ ହୋଇଛନ୍ତି। କୁଳିପୋଷ ରେଞ୍ଜର ସାନଜଲ ଗାଁ ଆଡୁ ଏକ ମାଇ ହାତୀ ରାତିରେ ବଡପୋଷ ଗାଁ ମଝିରେ ପଶିଥିଲା। ବଣାଇ ରେଞ୍ଜର, ଫରେଷ୍ଟର ଓ…

ଭଦ୍ରକ ବନ୍ତ ଗଣିଜାଙ୍ଗ ପଞ୍ଚାୟତରେ ହାତୀ ଆତଙ୍କ, ଭୟରେ ତାଟି କବାଟ ଦେଇ ଘରେ ରହିଛନ୍ତି ଲୋକେ

ଭଦ୍ରକ: ଗାଁ ମୁହାଁ ହାତୀପଲ । ଭଦ୍ରକ ବନ୍ତ ଥାନା ଗଣିଜାଙ୍ଗ ପଞ୍ଚାୟତରେ ହାତୀ ଆତଙ୍କ, ଭୟରେ ଗ୍ରାମବାସୀ। ଭଦ୍ରକ ବନ୍ତ ଥାନା ଗଣିଜାଙ୍ଗ ପଞ୍ଚାୟତରେ ହାତୀ ଭୟରେ ଗାଁରେ ତାଟି କବାଟ ପଡିଛି । ଗତକାଲି ରାତିରୁ ଗୋଟିଏ ହାତୀ ଆସି ଗଣିଜାଙ୍ଗ ପଞ୍ଚାୟତ ବଗଦା ଶାସନ ଗାଁରେ ପଶିଛି। ହାତୀଟିକୁ…