ଆପଣ ବ୍ୟବହାର କରୁଛନ୍ତି କି Google Chrome? ହୋଇ ଯାଆନ୍ତୁ ସାବଧାନ; ସରକାରୀ ଏଜେନ୍ସି ଜାରି କଲା ଆଲର୍ଟ

Google Chrome ଏକ ଲୋକପ୍ରିୟ େଓ୍ଵବ୍‌-ବ୍ରାଉଜର। ଏବେ Google Chromeର ୟୁଜରମାନଙ୍କୁ ଚେତାବନୀ ଜାରି କରାଯାଇଛି। ଭାରତ ସରକାରଙ୍କ ଏକ ଏଜେନ୍ସି ତରଫରୁ ଏହି ଚେତାବନୀ ଜାରି ହୋଇଛି। ରିପୋର୍ଟ ମୁତାବକ, ଇଣ୍ଡିଆନ୍‌ କମ୍ପ୍ୟୁଟର ଇମରଜେନ୍ସି ରେସ୍‌ପନ୍ସ ଟିମ୍‌ (CERT-In) ୟୁଜରମାନଙ୍କୁ ଚେତାବନୀ ଦେଇଛି।

ଏହା Google Chromeର ଡେସ୍କଟପ୍‌ ୟୁଜରମାନଙ୍କ ପାଇଁ ଜାରି କରାଯାଇଛି। Google Chromeରେ କିଛି ତ୍ରୁଟି ଦେଖିବାକୁ ମିଳିଛି, ଯଦ୍ଦ୍ଵାରା ହ୍ୟାକରମାନେ ସହଜରେ ଆପଣଙ୍କ କମ୍ପ୍ୟୁଟରର ଆକ୍ସେସ୍‌ ଗେନ୍‌ କରି ପାରିବେ।

କହି ରଖୁଛୁ, CERT-In ଆଇଟି ମନ୍ତ୍ରାଳୟ ଅଧୀନରେ ଆସୁଛି। ସାଇବର ଏଜେନ୍ସି ମୁତାବକ, Google Chromeରେ ଅନେକ କାରଣରୁ ତ୍ରୁଟି ରହିଛି, ଯାହାର ଫାଇଦା ଉଠାଇ ହ୍ୟାକରମାନେ ଟାର୍ଗେଟେଡ୍‌ ସିଷ୍ଟମ୍‌ରେ ସ୍ପେଶାଲ କ୍ରାଫ୍ଟେଡ୍‌ ରିକ୍ୱେଷ୍ଟ୍‍ ପଠାଇ ପାରନ୍ତି।

ଏହାଦ୍ୱାରା ହ୍ୟାକର୍ସ ଅର୍ବିଟ୍ରାରୀ କୋଡ୍‌ କାର୍ଯ୍ୟକାରୀ କରି ପାରନ୍ତି। ଏମାନେ ଟାର୍ଗେଟେଡ୍‌ ସିଷ୍ଟମ୍‌ର ସିକ୍ୟୁରିଟି ରେଷ୍ଟ୍ରିକ୍ସନକୁ ମଧ୍ୟ ବାଇପାସ୍‌ କରି ପାରନ୍ତି। CVE-2022-2856 ତ୍ରୁଟି ବହୁତ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଯଦିଓ ଏକ ଭଲ କଥା ହେଉଛି, କମ୍ପାନୀ ସୂଚନା ମିଳିବା କ୍ଷଣି ଏହି ତ୍ରୁଟିଗୁଡ଼ିକୁ ଫିକ୍ସ କରି ଦେଇଛି।

ଏମିତି ରୁହନ୍ତୁ ସେଫ୍‌

ୟୁଜରମାନଙ୍କୁ ନିଜ Google Chrome ଆପ୍‌କୁ ଲାଟେଷ୍ଟ୍‍ ଭର୍ସନରେ ତୁରନ୍ତ ଅପଡେଟ୍‌ କରିବାକୁ ପଡ଼ିବ। ଯଦି ଆପଣ Google Chromeର ପୁରୁଣା ଡେସ୍କଟପ୍‌ ଭର୍ସନ ବ୍ୟବହାର କରୁଛନ୍ତି, ତା’ ହେଲେ ଏହି ପ୍ୟାଚ୍‌କୁ ଆପ୍ଲାଏ କରି ଦିଅନ୍ତୁ।

CERT-In ଏହା ପୂର୍ବରୁ Apple iOS, iPadOS ଏବଂ macOSରେ ମିଳିଥିବା ବଗ୍ସକୁ ନେଇ ମଧ୍ୟ ଚେତାବନୀ ଜାରି କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.