ବିଶ୍ୱରେ ୫୦ କୋଟି ହ୍ଵାଟସ୍ଆପ୍ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍, ରୁହନ୍ତୁ ସାବଧାନ

WhatsApp ବ୍ୟବହାର କରୁଥିଲେ ସାବଧାନ। ସାରା ବିଶ୍ୱରେ ୫୦ କୋଟି ହ୍ଵାଟସ୍ଆପ ବ୍ୟବହାକାରୀଙ୍କ ତଥ୍ୟ ଲିକ । ଫଳରେ ୮୦ଟି ଦେଶ ପ୍ରଭାବିତ ହୋଇଛନ୍ତି । ଭାରତର ପ୍ରାୟ ୬୦ ଲକ୍ଷ ବ୍ୟବହାରକାରୀଙ୍କ ତଥ୍ୟ ଲିକ ହୋଇଥିବା କୁହାଯାଇଛି । ହ୍ଵାଟସଆପ ତଥ୍ୟକୁ ଅନଲାଇନରେ ଲିକ କରିବା ପରେ ତାହାକୁ ବିକ୍ରି କରିବା ଲାଗି ଉପଲବ୍ଧ କରାଯାଉଛି।
ସାଇବରନିଉଜରେ ପ୍ରକଶିତ ରିପୋର୍ଟରେ ଏହି ଦାବି କରଯାଇଛି । କିନ୍ତୁ ହ୍ଵାଟସ୍ଆପ ପକ୍ଷରୁ ଏହି ଖବରକୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ । ଅନଲାଇନରେ ଉପଲବ୍ଧ ତଥ୍ୟର ତଥ୍ୟର କିଛି ନମୁନା ସଂଗ୍ରହ କରି ତାହାର ଯାଞ୍ଚ କରିବା ପରେ ତଥ୍ୟ ଲିକ ହୋଇଥିବା ଜଣାପଡିଥିଲା । ଭାରତ, ରୁଷ, ଇଟାଲୀ, ଇଜିପ୍ଟ, ବ୍ରାଜିଲ ଓ ସ୍ପେନ ଭଳି ୮୦ଟି ଦେଶର ହ୍ଵାଟସ୍ଆପ ବ୍ୟବହାରକାରୀଙ୍କ ତଥ୍ୟ ଏଥିରେ ରହିଛି । ତଥ୍ୟ ଲିକ କରିଥିବା ଗୋଷ୍ଠୀ ଆମେରିକା ତଥ୍ୟକୁ ୭ ହଜାର ଡଲାର, ବ୍ରିଟେନର ୨ ହଜାର ୫୦୦ ଡଲାର ଓ ଜର୍ମାନୀର ତଥ୍ୟକୁ ୨ ହଜାର ଡଲାରରେ ବିକ୍ରି କରୁଛନ୍ତି ।
ଭାରତ ତଥ୍ୟର ଦାମ କଣ ରହିଛି ତାହା ଜଣାପଡି ନାହିଁ । ହ୍ୟାକର ମାନେ କିଭଳି ହ୍ଵାଟସ୍ଆପର ଏତେ ସଂଖ୍ୟକ ବ୍ୟବହାରକାରୀଙ୍କ ଫୋନ ନମ୍ବର ପାଇବାରେ ସଫଳ ହେଲେ ତାହା ଜଣାପଡି ନାହିଁ । ହ୍ଵାଟ୍ସଆପ୍ ବ୍ୟବହାରକାରୀ ସାବଧାନରହିବା ନିହାତି ଜରୁରୀ । ଏହା ଦ୍ୱାରା ବିଶ୍ୱର ୮୦ଟି ଦେଶ ପ୍ରଭାବିତ ଆଶଙ୍କା ରହିଛି। ଭାରତର ୬୦ ଲକ୍ଷ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ହୋଇଥିବା ଆଶଙ୍କା ରହିଛି। ଏହା ସାଇବର ନିଉଜରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି। ତେବେ ଏହା ନେଇ ହ୍ଵାଟସ୍ଆପ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ।