VI ର ଏହି ପ୍ଳାନରେ ୩ ମାସ ପର୍ଯ୍ୟନ୍ତ ଓଟିଟି ପ୍ଲାଟଫର୍ମ ସହିତ ଉଠାନ୍ତୁ ଅନ୍ୟାନ୍ୟ ଫାଇଦା

ସିନେମା ସହିତ ଓଟିଟି କଣ୍ଟେଟର ଫଲୋର୍ସ ଏବେ ଖୁବ ବଢ଼ିବାରେ ଲାଗିଛି। କିନ୍ତୁ ଏହିସବୁ କଣ୍ଟେଟରେ ଭିଓର୍ସଙ୍କୁ ଏନଗେଜ୍‌ କରାଇବା ପାଇଁ ପ୍ଲାଟଫର୍ମ କୁ ଏକ ମେମ୍ବରସିପ ଫିସ ଦିଆଯାଏ। ଏହାର ଦାମ କମ ଥିଲେ ମଧ୍ୟ କେତେକ ଏହି ସବସ୍କ୍ରିପସନକୁ ନେବା ପାଇଁ ଇଚ୍ଛା କରନ୍ତି ନାହିଁ। କାରଣ ଏହା ତାଙ୍କ ପାଇଁ ମହଙ୍ଗା ହୋଇଥାଏ। ଯଦି ଆପଣ ବି ଓଟିଟି ସବସ୍କ୍ରିପସନ କୁ ଏହି କାରଣରୁ ଫାଇଦା ଉଠାଇପାରୁନାହାନ୍ତି । ତାହେଲେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ବଢ଼ିଆ ପ୍ଲାନ। ଯେଉଁଥିରେ ୧୫୧ ଟଙ୍କାରେ ହାଇସ୍ପିଡ ଡାଟା ଓ ଅନେକ ବେନିଫିଟସ୍‌ ସହିତ Disney+Hotstar ର ସବସ୍କ୍ରିପସନ ମଧ୍ୟ ଫ୍ରି ରେ ପାଇପାରିବେ।

ୟୁଜର୍ସଙ୍କୁ Disney+Hotstar ର ମାଗଣା ଓଟିଟି ସବସ୍କ୍ରିପସନ ଓ ଅନ୍ୟ ବେନିଫିଟ୍ସ କୁ ମାତ୍ର ୧୫୧ ଟଙ୍କାରେ ଦେଉଛି। ଆସନ୍ତୁ ଜାଣିବା ଏହି ପ୍ଳାନ ସମ୍ପର୍କରେ..

ଦର୍ଶକବନ୍ଧୁ ଆମେ ଏଠି ଆପଣଙ୍କୁ ଜିଓ କିମ୍ବା ଏୟାରଟେଲ ନୁହେଁ ବରଂ ଭୋଡ଼ାଫୋନ ଆଇଡିଆ ତଥା ଭିଆଇ ର ଏକ ପ୍ଲାନ ସମ୍ପର୍କରେ କହୁଛୁ। ଏହି ପ୍ଳାନର ଦାମ ରହିଛି ୨୦୦ ଟଙ୍କାରୁ ବି କମ। ଯେଉଁଥିରେ ଆପଣଙ୍କୁ ହାଇସ୍ପିଡ ଡାଟା ସହିତ ଅନ୍ୟାନ୍ୟ ଫାଇଦା ମିଳିବ। ଏହି ପ୍ଳାନ Disney+Hotstar ର ସୁବିଧା ମଧ୍ୟ ଯୋଗାଇବ। ଏତେ କମ ଦାମରେ ଏତେ ସବୁ ବେନିଫିଟ୍ସର ଭାଲିଡିଟି ଆପଣ ମାସେ କି ଦୁଇ ମାସ ନୁହେଁ ବରଂ ପୁରା ୩ ମାସ ପର୍ଯ୍ୟନ୍ତ ପାଇବେ।

ଫ୍ରି ଓଟିଟି ସବସ୍କ୍ରିପସନ ସହିତ ଏହି ପ୍ଳାନରେ ଆପଣ ଅନ୍ୟାନ୍ୟ ଫାଇଦା ପାଇବେ। ୩୦ ଦିନର ବୈଧତା ସହିତ ଏହି ପ୍ଲାନରେ ମୋଟ ୮ଜିବି ଇଣ୍ଟରନେଟ ମିଳିବ। ଏଥିରେ ୟୁଜର୍ସଙ୍କୁ ମାଗଣା ଏସଏମଏସ୍‌ ସହିତ ଅନଲିମିଟେଡ କଲିଂ ର ସୁବିଧା କିନ୍ତୁ ମିଳିବ ନାହିଁ। ମୋଟ ଉପରେ କହିବାକୁ ଗଲେ ଏହା ଭଲ ଓଟିଟି ପ୍ଲାନ ଯେଉଁଥିରେ ସବସ୍କ୍ରିପସନ ସହିତ ଡାଟା ଅଫର ରହିଛି।

ଜାଣିରଖନ୍ତୁ ଯେ ଭିଆଇର ୩୯୯ ଟଙ୍କା ପ୍ଳାନରେ Disney+Hotstar ର ସବସ୍କ୍ରିିପସନ ସହିତ ଆସୁଛି। ଯେଉଁଥିରେ ଡେଲି ଡାଟା ସହିତ ମାଗଣା ଏସଏମଏସ୍‌ ଓ ଅନଲିମିଟେଡ କଲିଂ ସୁବିଧା ମିଳିବ ।

ଯଦି ଆପଣ ଓଟିଟି ପ୍ଳାଟଫର୍ମ ୟୁଜର୍ସ ତେବେ ଶୀଘ୍ର ଏହି ସୁବିଧାର ଫାଇଦା ଉଠାନ୍ତୁ। ଆଉ ନିଜ ମନ ପସନ୍ଦ ସୋ କୁ ଦେଖି ଏନଜୟ୍‌ କରିନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.