ବିନା ଇଣ୍ଟରନେଟରେ କେମିତି ଚଲାଇବେ ହ୍ଵାଟସଆପ ଓ ଟେଲିଗ୍ରାମ ଜାଣନ୍ତୁ

ଏବେ ଯୁଗ ଇଣ୍ଟରନେଟର। ବିନା ଇଣ୍ଟରନେଟରେ ଏବେ କୌଣସି ବି କାମ ଅସମ୍ଭବ ଭଳି ଲାଗୁଛି। ସ୍ମାର୍ଟଫୋନ, କମ୍ପ୍ୟୁଟର, ଲାପଟପ ଯଦି ଲୋକଙ୍କ ଜୀବନରୁ ଚାଲିଯାଏ ତାହେଲେ ବହୁତ ଲୋକ ବୋଧହୁଏ ପାଗଳ ହୋଇଯିବେ। କାହିଁକିନା ଏବେ ଲୋକଙ୍କର ଏହା ଅଭ୍ୟାସ ପାଲଟି ଯାଇଛି। ଆଉ ଇଣ୍ଟରନେଟ ବିନା ବଞ୍ଚିବା ଯେମିତି ଅସମ୍ଭବ ହୋଇଗଲାଣି ଲୋକଙ୍କ ପାଇଁ।

ଘରେ ବସି ଗୁଗଲରେ ଆପଣ କୌଣସି ବି ଜିନିଷ ଖୋଜନ୍ତୁ ଆପଣଙ୍କୁ ସବୁକିଛିର ଇନଫରମେସନ୍‌ ମିଳିଯିବ। ଏବେ ତ ଅଧିକାଂଶ ଲୋକ ସ୍ମାର୍ଟଫୋନ୍‌ ବ୍ୟବହାର କଲେଣି ଆଉ ସ୍ମାର୍ଟଫୋନ ରଖିବାର ଅର୍ଥ ହେଉଛି ସେଥିରେ ଇଣ୍ଟରନେଟ୍‌ ରହିବା ନିହାତି ଜରୁରୀ। କାହିଁକିନା ବିନା ଇଣ୍ଟରନେଟରେ ଆପଣଙ୍କ ଫୋନ ଏମିତି ହୋଇଯିବ ଯେ ଯେମିତି ପାଣି ବିନା ମାଛ। ସ୍ମାର୍ଟଫୋନ ଏବଂ ଇଣ୍ଟରନେଟ, ଯଦି ଏହି ଦୁଇଟା ଜିନିଷ ଆପଣଙ୍କ ପାଖରେ ଥାଏ, ତାହେଲେ ସବୁଠାରୁ ଜରୁରୀ ହୋଇପଡେ ହ୍ଵାଟସଆପ୍‌। ସାଧାରଣତଃ ଲୋକେ ଭାବନ୍ତି ଯେ ହ୍ଵାଟସଆପ୍‌ ଚଲାଇବା ପାଇଁ ମୋବାଇଲରେ ଇଣ୍ଟରନେଟ ରହିବା ଜରୁରୀ, କିନ୍ତୁ ଏମିତି ବିଲକୁଲ ନୁହେଁ। ଆପଣ ବିନା ଇଣ୍ଟରନେଟରେ ବି ହ୍ଵାଟସଆପ୍‌ ବ୍ୟବହାର କରିପାରିବେ।

ଅନେକ ଥର ଇଣ୍ଟରନେଟ୍‌ ନଥିବା କାରଣରୁ ଲୋକମାନେ ଏହି ଚିନ୍ତାରେ ପଡିଯାନ୍ତି ଯେ ହ୍ଵାଟସଆପରେ କେମିତି ଫଟୋ ଏବଂ ଭିଡିଓକୁ ପଠାଇବେ। ଯଦି ଆପଣ ବି ଏହି ଚିନ୍ତାରେ ରହୁଛନ୍ତି ଆଉ ଭାବୁଛନ୍ତି କେମିତି ବିନା ଇଣ୍ଟରନେଟରେ ଆପଣ ହ୍ଵାଟସଆପ ବ୍ୟବହାର କରିପାରିବେ ତାହେଲେ ଆପଣଙ୍କ ପାଇଁ ଆଜି ଆମେ ନେଇ ଆସିଛୁ ବହୁତ ଏକ ଖାସ୍‌ ତରିକା। ଆସନ୍ତୁ ଜାଣିବା ତାବିଷୟରେ।

ବିନା ଇଣ୍ଟରନେଟରେ ହ୍ଵାଟସଆପ୍‌ ବ୍ୟବହାର କରିବା ପାଇଁ ଆପଣଙ୍କୁ ଏକ ସ୍ପେଶାଲ ସିମ୍‌ କିଣିବାକୁ ପଡିବ। ଯାହାର ନାମ ଚାଟସିମ୍‌। ଏହି ସିମକୁ ଆପଣ କୌଣସି ବି ଇ-କମର୍ସ େଓ୍ଵବସାଇଟ କିମ୍ବା ଚାଟସିମ୍‌ େଓ୍ଵବସାଇଟକୁ ଯାଇ ମଧ୍ୟ କିଣିପାରିବେ।

ଚାଟସିମର ଦାମ୍‌ ୧,୮୦୦ ଟଙ୍କା ଏବଂ ଏହାର ଭ୍ୟାଲିଡିଟି ରହିଛି ଗୋଟେ ବର୍ଷ। ଅର୍ଥାତ୍‌ ୧,୮୦୦ ଟଙ୍କାରେ ଆପଣ ଏହି ସିମର ବ୍ୟବହାର ପୂରା ଗୋଟେ ବର୍ଷ ପାଇଁ କରିପାରିବେ। ବିନା ଇଣ୍ଟରନେଟରେ ହ୍ଵାଟ୍ସଆପ, ଫେସବୁକ ମେସେଞ୍ଜର, ଓ୍ଵି ଚାଟ, ଟେଲିଗ୍ରାମ ଭଳି ଆପର ବ୍ୟବହାର କରିପାରିବେ ଆପଣ। ଗୋଟେ ବର୍ଷ ପରେ ସିମକୁ ପୁଣି ଥରେ ରିଚାର୍ଜ କରି ଆପଣ ପୁର୍ନବାର ସେବାକୁ ଚାଲୁ କରିପାରିବେ।

ଚାଟସିମର ଖାସିୟତ୍‌ ହେଉଛି ଏହା କୌଣସି ବି ମୋବାଇଲ ଫୋନରେ ସହଜରେ ଲାଗିଯିବ ଏବଂ ଏହା ଦେଶ ଠାରୁ ନେଇ ବିଦେଶ ପର୍ଯ୍ୟନ୍ତ ସବୁ ଯାଗାରେ କାମ କରିବ। ଅର୍ଥାତ ଆପଣ କେଉଁଠି ବି ରହି ଚାଟସିମ ମାଧ୍ୟମରେ ହ୍ଵାଟସଆପୁ ସବୁବେଳେ ଆକ୍ଟିଭ ରଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.