Below header

ଇନ୍‌ଷ୍ଟାଗ୍ରାମ୍‌ ୟୁଜର୍ସଙ୍କ ପାଇଁ ଦୁଃଖଦ ଖବର, ଆସନ୍ତା ମାସଠୁ ଏହି ଲୋକପ୍ରିୟ ଫିଚର ବନ୍ଦ କରୁଛି କମ୍ପାନୀ

ଫଟୋ ସେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମ୍‌ ଆସନ୍ତା ମାସରୁ ଥ୍ରେଡ୍‌ ଫିଚରକୁ ବନ୍ଦ କରୁଛି। ସ୍ନାପ୍‌ଚାଟ୍‌ ଭଳି ମେସେଜିଂ ଆପ୍‌ ଥ୍ରେଡ୍‌କୁ ଇନ୍‌ଷ୍ଟାଗ୍ରାମ୍‌ ୨୦୧୯ ମସିହାରେ ଲଞ୍ଚ୍‌ କରିଥିଲା। ୟୁଜର୍ସଙ୍କୁ ଏହାର ନୋଟିଫିକେସନ୍‌ ଆସନ୍ତା ସପ୍ତାହରୁ ମିଳିବ। ଏହି ଫିଚରକୁ ବନ୍ଦ କରିବା ସହ ଇନ୍‌ଷ୍ଟାଗ୍ରାମ୍‌ ଫିଡ୍‌ ଷ୍ଟୋରୀରେ ମ୍ୟୁଜିକ୍‌ ଆଡ୍‌ କରିବା ସୁବିଧା ଯୋଗାଇବାକୁ ଟେଷ୍ଟିଂ ଆରମ୍ଭ କରୁଛି। ଏହି ଫିଚର ପୂର୍ବରୁ ହିଁ ରିଲ୍ସ ଓ ଷ୍ଟୋରିଜ୍‌ ପାଇଁ ଉପଲବ୍ଧ ରହିଛି।

ରିପୋର୍ଟ ମୁତାବକ, ଚଳିତ ବର୍ଷ ଡିସେମ୍ବର ଶେଷରେ ଇନ୍‌ଷ୍ଟାଗ୍ରାମ୍‌ର ଥ୍ରେଡ୍‌ ଫିଚର ବନ୍ଦ ହୋଇଯିବ। ୨୩ ନଭେମ୍ବରରୁ ୟୁଜର୍ସଙ୍କୁ ଏହାର ନୋଟିଫିକେସନ୍‌ ମିଳିବା ଆରମ୍ଭ ହେବ। ଇନ୍‌ଷ୍ଟାଗ୍ରାମ୍‌ ଥ୍ରେଡ୍‌କୁ ୨୦୧୯ ମସିହା ଅକ୍ଟୋବରରେ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ଉଭୟ ୟୁଜର୍ସଙ୍କ ପାଇଁ ଲଞ୍ଚ୍‌ କରାଯାଇଥିଲା।

ଇନଷ୍ଟାଗ୍ରାମ୍‌ ଥ୍ରେଡ୍‌ର ଫିଚର ସ୍ନାପଚାଟ୍‌ ଭଳି। ଏଥିରେ ୟୁଜର୍ସଙ୍କୁ ଫଟୋ ଓ ଭିଡିଓକୁ ଭିଜୁଆଲି ସାଙ୍ଗ ସାଥିଙ୍କ ସହ ସେୟାର କରିବା ସୁବିଧା ମିଳିବ। ଏବେ ଏହି ସୁବିଧା ସବୁ ୟୁଜରଙ୍କ ପାଇଁ ଉପଲବ୍ଧ ଅଛି। ତେବେ ଇନ୍‌ଷ୍ଟାଗ୍ରାମ୍‌ କାହିଁକି ଏହି ଫିଚରକୁ ବନ୍ଦ କରୁଛି ସେ ନେଇ କୌଣସି କାରଣ ଦର୍ଶାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.