ଦୁର୍ଘଟଣା ଓ ଚାଲାଣ କଟିବା ଠାରୁ ରକ୍ଷା କରିବ ଗୁଗଲ ମ୍ୟାପ୍ସର ଏହି ଟୁଲ୍‌, କାମ କରିବ ଏକଦମ୍‌ ଜବରଦସ୍ତ

ଟେକ୍ନୋଲୋଜିର ଏହି ଜମାନାରେ ଏବେ କୁଆଡେ ବି ଯିବା ପାଇଁ ଆଉ ବାଟେ ବାଟେ ରହି ଲୋକଙ୍କୁ ଠିକଣା ପଚାରିବାକୁ ପଡୁନାହିଁ। ବାସ୍‌ ପକେଟରେ ଥିବା ମୋବାଇଲକୁ ବାହାର କରନ୍ତୁ ଏବଂ ତୁରନ୍ତ ହିଁ ଗୁଗଲ ମ୍ୟାପ୍ସରେ ଲୋକେସନ୍‌ ସେଟ କରି ବିନା କାହା ସାହାଯ୍ୟରେ ନିଜର ଡେଷ୍ଟିନେସନରେ ପହଁଚିଯାଆନ୍ତୁ। ତେବେ ବହୁତ କମ୍‌ ଲୋକ ଜାଣିଛନ୍ତି ଗୁଗଲ ମ୍ୟାପ୍ସ କେବଳ ଲୋକେସନର ପତ୍ତା ବତାଇନଥାଏ ବରଂ ଏହା ସାହାଯ୍ୟରେ ଦୁର୍ଘଟଣା ଏବଂ ଟ୍ରାଫିକ ଚାଲାଣ ଠାରୁ ମଧ୍ୟ ରକ୍ଷା ପାଇହୁଏ। ଏଥିପାଇଁ ଆପଣଙ୍କୁ ନିଜ ସ୍ମାର୍ଟଫୋନରେ ଗୁଗଲ ମ୍ୟାପ୍ସକୁ ଯାଇ ଏକ ଟୁଲକୁ ଆକ୍ଟିଭ କରିବାକୁ ହେବ। ଆମେ ଯେଉଁ ଟୁଲ କଥା ଆପଣଙ୍କୁ କହୁଛୁ ତାହା ହେଉଛି ସ୍ପିଡ ଲିମିଟ ଓ୍ଵାର୍ଣ୍ଣିଙ୍ଗ।

ଏହା ସାହାଯ୍ୟରେ କେବଳ ସ୍ପିଡ ଲିମିଟର ଆଲର୍ଟ ମିଳିଥାଏ ବରଂ ଦୁର୍ଘଟଣାକୁ ବି ରୋକା ଯାଇ ହେବ। ଏହାକୁ କେମିତି ବ୍ୟବହାର କରାଯାଏ ଏବଂ କେମିତି ଏହି ଟୁଲ କାମ କରିଥାଏ ଏହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ସ୍ପିଡ ଲିମିଟ ଟୁଲକୁ କରନ୍ତୁ ଆକ୍ଟିଭ

  • ଗୁଗଲ ମ୍ୟାପ୍ସର ଏହି ଜବରଦସ୍ତ ଟୁଲକୁ ଆକ୍ଟିଭ କରିବା ପାଇଁ ସର୍ବପ୍ରଥମେ ଗୁଗଲ ମ୍ୟାପ୍ସ ଆପ୍‌ ଇନଷ୍ଟଲ କରନ୍ତୁ।
  • ଆପ୍‌ ଓପନ କରିବା ପରେ ରାଇଟ ସାଇଡରେ ପ୍ରୋଫାଇଲ ଆଇକନ୍‌ ଉପରେ କ୍ଲିକ କରନ୍ତୁ।
  • ଏଠାରେ ଆପଣଙ୍କୁ ସେଟିଙ୍ଗରେ ନେଭିଗେସନ ସେଟିଙ୍ଗକୁ ଯିବାକୁ ହେବ।
  • ଏବେ ଆପଣ ସ୍ପିଡ୍‌ ଲିମିଟ ସେଟିଙ୍ଗ ଅପ୍ସନକୁ ସିଲେକ୍ଟ କରନ୍ତୁ।
  • ସ୍କ୍ରୋଲ କରି ସ୍କ୍ରୀନରେ ସବୁଠାରୁ ତଳକୁ ଯାଆନ୍ତୁ ଏବଂ ଡ୍ରାଇଭିଙ୍ଗ ଅପ୍ସନ ବାଛନ୍ତୁ।
  • ଏଠାରେ ସ୍ପିଡ ଲିମିଟ ଆଣ୍ଡ ସ୍ପିଡିମିଟର ଅପ୍ସନକୁ ଟ୍ୟାପ କରି ଅନ୍‌ କରନ୍ତୁ।
  • ଏମିତି କରିବା ପରେ ହିଁ ଆପଣଙ୍କ ସ୍ମାର୍ଟଫୋନରେ ଗୁଗଲ ମ୍ୟାପ୍ସର ଏହି ଟୁଲ୍‌ ଆକ୍ଟିଭ ହୋଇଯିବ ଏବଂ ସ୍ପିଡ ଲିମିଟକୁ ନେଇ ସବୁ ସୂଚନା ଆପଣଙ୍କୁ ମିଳିଯିବ।

ଗୁଗଲ ଟୁଲର ଫାଇଦା

ରାସ୍ତାରେ ସ୍ପିଡ ମିଟର ଲାଗିଛି, ଯଦି ଆପଣ ନିର୍ଦ୍ଧିଷ୍ଟ ସୀମା ଆଗକୁ କ୍ରସ କରିଯାନ୍ତି ତାହେଲେ ମୋବାଇଲ ତୁରନ୍ତ ଆପଣଙ୍କୁ ଆଲର୍ଟ କରିଦେବ। ଏହା ଆଲର୍ଟ ଦେବା କ୍ଷଣି ହିଁ ଆପଣ ନିଜ ସ୍ପିଡକୁ କମ୍‌ କରିଦେବେ ଏବଂ ମୋଟା ଅଙ୍କର ଚାଲାଣ ଦେବା ଠାରୁ ରକ୍ଷା ପାଇଯିବେ। ଏହାବ୍ୟତୀତ ସ୍ପିଡ୍‌ କମ୍‌ ହେବାଦ୍ୱାରା ବି ଦୁର୍ଘଟଣା ହେବା ଠାରୁ ମଧ୍ୟ ରକ୍ଷା ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.