୩୧ ହଜାର କମରେ କିଣନ୍ତୁ MacBook ଲାପଟପ୍‌, ଜଲଦି ନିଅନ୍ତୁ ଅଫରର ମଜା

ଯଦି ଆପଣ ପାଓ୍ଵାରଫୁଲ ମ୍ୟାକବୁକ ଲାପଟପ୍‌ କିଣିବାକୁ ମନ କରୁଛନ୍ତି କିନ୍ତୁ ବଜେଟ ଆପଣଙ୍କୁ ସାଥ୍‌ ଦେଉନି,ତାହେଲେ ଏବେ ଆପଣଙ୍କ ଇଚ୍ଛା ପୂରଣ ହୋଇପାରେ। କାହିଁକିନା ଏବେ ମ୍ୟାକବୁକ ଲାପଟପ୍‌ କିଣିବାର ବଢ଼ିଆ ସୁଯୋଗ ଅଛି ଆପଣଙ୍କ ପାଇଁ। ୮GB ରାମ ଏବଂ ୨୫୬GB ଷ୍ଟୋରେଜ ସହିତ ୯୨,୯୦୦ ଟଙ୍କାରେ ଲଞ୍ଚ୍‌ ହୋଇଥିବା ଆପ୍ପଲର ଏଣ୍ଟ୍ରି-ଲେବଲ MacBook Air M1 ଲାପଟପ୍‌ ଏବେ ଭାରତରେ ୮୪,୯୯୦ ଟଙ୍କାରେ ଉପଲବ୍ଧ ରହିଛି। ବିଶ୍ୱାସ ହେଉନି ନା, କିନ୍ତୁ ଏହା ବିଲକୁଲ ସତ। ଫ୍ଲିପକାର୍ଟରେ ଅରିଜିନାଲ ପ୍ରାଇସ ଠାରୁ ୮,୦୦୦ ଟଙ୍କାରୁ କମ୍‌ ରହିଛି। କିନ୍ତୁ ଅଫର ଏଇଠି ଶେଷ ହେଉନି କାହିଁକିନା ଆପଣ ଏହାକୁ ଆହୁରି ବି କମ୍‌ ପ୍ରାଇସରେ କିଣିପାରିବେ। ଲାପଟପରେ ଆପଣଙ୍କୁ ୨୩,୧୦୦ ଟଙ୍କା ପର୍ଯ୍ୟନ୍ତର ଅତିରିକ୍ତ ଡିସକାଉଣ୍ଟ ମଧ୍ୟ ମିଳିପାରିବ। କିନ୍ତୁ ଏଥିପାଇଁ ଆପଣଙ୍କୁ ନିଜର ପୁରୁଣା ଲାପଟପକୁ ଏକ୍ସଚେଞ୍ଜ କରିବାକୁ ହେବ।

୫% ଅନଲିମିଟେଡ କ୍ୟାସବ୍ୟାକ ବି ମିଳିବ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏକ୍ସଚେଞ୍ଜ ବୋନସର ଭାଲ୍ୟୁ ଆପଣଙ୍କ ପୁରୁଣା ଲାପଟପର କଣ୍ଡିସନ୍‌ ଏବଂ ମଡେଲ ଉପରେ ନିର୍ଭର କରିବ। ଯଦି ଆପଣ ପୁରୁଣା ଲାପଟପ ଏକ୍ସଚେଞ୍ଜ କରିବାକୁ ଚାହୁଁନାହାଁନ୍ତି ତାହେଲେ ଲାପଟପ୍‌ ଉପରେ କେବଳ ୮,୦୦୦ ଟଙ୍କାର ରିହାତି ହିଁ ପାଇପାରିବେ। ଯାହା ବହୁତ ଭଲ ଡିଲ୍‌ ମଧ୍ୟ। ଏହାସହିତ ଫ୍ଲିପକାର୍ଟ ଆକ୍ସିସ୍‌ ବ୍ୟାଙ୍କ କାର୍ଡରେ ଫ୍ଲିପକାର୍ଟରେ ୫% ଅନଲିମିଟେଡ କ୍ୟାସବ୍ୟାକ ମଧ୍ୟ ମିଳୁଛି।

lapବହୁତ ପାଓ୍ଵାରଫୁଲ MacBook Air M1

M1 ପ୍ରୋସେସର ସହିତ MacBook Airକୁ ୨୦୨୦ରେ ଲଞ୍ଚ୍‌ କରାଯାଇଥିଲା। କିନ୍ତୁ ଏହା ସାମାନ୍ୟ ପୁରୁଣା ହେଲେ ବି ପରଫରମାନ୍ସରେ କିନ୍ତୁ ବହୁତ ପାଓ୍ଵାରଫୁଲ। ଏହା ନିଜର ରେଞ୍ଜରେ ପ୍ରାୟ ସବୁ ଲାପଟପକୁ ମାତ୍‌ ଦେଇପାରେ ଏବଂ ଏକ ବହୁତ ଭଲ କମ୍ଫର୍ଟ ମ୍ୟାକ ଅନୁଭବ କରାଇଥାଏ। M2 ପ୍ରୋସେସର ସହିତ ମ୍ୟାକବୁକ ଏୟାରର ମଧ୍ୟ ୨୦୨୨ରେ ଲଞ୍ଚ୍‌ ହେବାର ଆଶା ରହିଛି। ଏହିପରି ଭାବେ ଯଦି ଆପଣ ଆଉ ଟିକେ ଅପେକ୍ଷା କରିପାରିବେ ତାହେଲେ ବି ଭଲ ହେବ।

ଯଦି ମ୍ୟାକବୁକ Air M2 ଆପଣଙ୍କ ବଜେଟର ବାହାରେ ରହିଛି ତାହେଲେ ମଧ୍ୟ ଆପଣ ମ୍ୟାକବୁକ Air M1 କିଣିପାରିବେ। Air M2 ମ୍ୟାକବୁକ ଆସିବା ଦ୍ୱାରା Air M1 ଆହୁରି ମଧ୍ୟ କମ୍‌ ଦାମରେ ଆସିଯିବ। ଯଦି ଆପଣ ରିଲାଏନ୍ସ ଡିଜିଟାଲ ଭଳି ସ୍ଥାନୀୟ ଡିଲରଙ୍କ ପାଖକୁ ଯାଉଛନ୍ତି ତାହେଲେ ଆପଣ MacBook A1 M1 ଉପରେ ଡିସକାଉଣ୍ଟ ମଧ୍ୟ ପାଇପାରିବେ। ବିଭିନ୍ନ ଡିଲର ଅଲଗା ଅଲଗା କାର୍ଡ ଅଫର ପ୍ରଦାନ କରିଥାଏ।

ଏହାସହ ପଢନ୍ତୁ : Amazonରେ ଚାଲୁଛି ବମ୍ପର ସେଲ୍‌, ଗରମରେ ସଢ଼ିବା ପୂର୍ବରୁ ଅଧା ଦାମରେ କିଣିଆଣନ୍ତୁ AC, ଫ୍ରିଜ ଏବଂ ଟିଭି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.