ଖୁବ ଶୀଘ୍ର ବଜାରକୁ ଆସିବ ମୋଟରୋଲାର ୨୦୦ ମେଗା ପିକ୍ସେଲ ବାଲା କ୍ୟାମେରା, ଜାଣନ୍ତୁ କଣ ଫିଚର

ନୂଆଦିଲ୍ଲୀ : ମୋଟରୋଲା ସ୍ମାର୍ଟଫୋନର କିଛି ମଡେଲ ଏବେ ବି ବଜାରରେ ଗ୍ରାହକଙ୍କୁ ବେଶ୍‌ ସନ୍ତୁଷ୍ଟି ଦେଇଛି । ଏହି ସମୟରେ ମୋଟରୋଲା ବଜାରକୁ ବହୁତ ଭଲ ସ୍ପେସିଫିକେସନ ଥିବା ଫୋନ ଛାଡୁଛି । ଯେଉଁଥିରେ ରହିଛି ୨୦୦ ମେଗା ପିକ୍ସେଲ ବାଲା କ୍ୟାମେରା । ଦୀର୍ଘ ଦିନ ହେବ ଏହି ଫୋନକୁ ନେଇ ବହୁତ ଚର୍ଚ୍ଚା ଚାଲିଥିଲା । ଖୁବ ଶୀଘ୍ର ୩୦ ଅଲ୍‌ଟ୍ରା ଫ୍ଲାଗସିପ ବାଲା ଫୋନ୍‌ ଲଞ୍ଚିଂ କରିବାକୁ ଯାଉଛି । ଏହି ଫୋନ୍‌କୁ ଫଣ୍ଟ୍ରିୟର କୋଡନେମ୍‌ ଦିଆଯାଇପାରେ । ଫୋନର ସବୁଠୁ ବଡ଼ କଥା ହେଉଛି ଏହାର କ୍ୟାମେରା ।

ଫୋନ୍‌ ସ୍ପେସିଫିକେସନ

ରିପୋର୍ଟ ଅନୁଯାୟୀ କମ୍ପାନି ଫ୍ରଣ୍ଟିୟର କୋଡନେମ/ଏଜ୍‌ ୩୦ ଅଲ୍‌ଟ୍ରା ଉପରେ ସବୁ କାମ କରି ସାରିଲେଣି । ଏହା ଏକ୍ସ ୩୦ ର ଅପଡେଟେଡ ଭର୍ଜନ ହେବ । ଏଥିରେ ୨୦୦ ମେଗା ପିକ୍ସେଲର କ୍ୟାମେରା ଦିଆଯାଇଛି । ଏଥିରେ ୬.୬୭୪ ଇଞ୍ଚର ଡିସପ୍ଲେ ଦିଆଯାଇଛି । ଯାହାକି ଫୁଲ ଏଚଡି ରେଜୁଲେସନରେ ଆସିବ । ୧୪୪Hz ର ରିଫ୍ରେସ ରେଟ ଡିସପ୍ଲେ ସହ ଫ୍ରଣ୍ଟ କ୍ୟାମେରା ୬୦ ମେଗା ପିକ୍ସେଲ ରହିବ ବୋଲି ଜଣାଯାଇଛି ।

ଏହା ୮ ଜେନ ୧ ଚିପରେ ଚାଲିବ । ଏହାଛଡ଼ା ୨୦ ମେଗା ପିକ୍ସେଲ ପ୍ରାଇମେରୀ କ୍ୟାମେରା,୫୦ ମେଗା ପିକ୍ସେଲ ସେକେଣ୍ଡାରୀ କ୍ୟାମେରା ଓ ତୃତୀୟ ୧୨ ମେଗା ପିକ୍ସେଲ ର କ୍ୟାମେରା ରହିବ । ଗୋଟିଏ ମଡେଲରେ ୮ ଜିବି ର‍୍ୟାମ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ଓ ଅନ୍ୟ ମଡେଲରେ ୧୨ ଜିବି ର‍୍ୟାମ୍‌ ଓ ୨୫୬ ଇଣ୍ଟରନାଲ ଷ୍ଟୋରେଜ ରହିବ । ଏଥିରେ ଫାଷ୍ଟ ଚାର୍ଜିଂ ବି ଦିଆଯାଇଛି । ଏହାର ମୁକାବିଲା Vivo V23 Pro ଓ OnePlus 8T ସହିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.