ଲଞ୍ଚ ହେଲା ୫୦୦୦mAh ବ୍ୟାଟେରୀଯୁକ୍ତ Samsung Galaxy A03 Core

ଲଞ୍ଚ ହେଲା Samsung Galaxy A03 Core। ବିନା କୌଣସି ବିଜ୍ଞାପନରେ କମ୍ପାନୀ ପକ୍ଷରୁ ଏହି ମୋବାଇଲର ବଜାର ପ୍ରବେଶ କରାଯାଇଛି। ଏହି ଫୋନର ରିୟରରେ ସିଙ୍ଗଲ କ୍ୟାମେରା ଦିଆଯାଇଛି। ଏଥିସହ Galaxy A03 Core ସ୍ମାର୍ଟ ଫୋନରେ ୫୦୦୦mAh ର ବ୍ୟାଟେରୀ ମଧ୍ୟ ଦିଆଯାଇଛି। ଏହା ଦୁଇଟି ରଙ୍ଗରେ ଆସୁଛି।

ନୂଆ Samsung Galaxy A03 Core କୁ କମ୍ପାନୀର ଅଫିସିଆଲ ସାଇଟ୍ ରେ ଲିଷ୍ଟ କରାଯାଇଛି। ଅନ୍ୟପଟେ ଏହାର ଦାମ୍ ଓ ଫିଚର୍ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ତେବେ ଏହି ଫୋନ୍ ଭାରତରେ କେବେ ଲଞ୍ଚ ହେବ କି ଆଦୌ ହେବନି ସେ ନେଇ ଏବେ ଯାଏଁ କୌଣସି ସୂଚନା ମିଳିପାରିନାହିଁ। ଏହି ଫୋନକୁ ବ୍ଲାକ ଓ ବ୍ଲୁ ଏହି ଦୁଇଟି ରଙ୍ଗରେ ବଜାର ପ୍ରବେଶ କରାଯାଇଛି।

Samsung Galaxy A03 Coreର ସ୍ପେସିଫିକେସନ୍:

ଏହି ସ୍ମାର୍ଟ ଫୋନରେ ୬.୫ ଇଞ୍ଚ HD + ଇନଫିନିଟି V ଡିସପ୍ଲେ ଦିଆଯାଇଛି। ଏହି ସ୍ମାର୍ଟ ଫୋନରେ 2GB RAM ସହ Octacore (Quad 1.6GHz + quad 1.2 GHz) ପ୍ରୋସେସର ଦିଆଯାଇଛି। ତେବେ ଏବେ ଯାଏଁ ଏହି ପ୍ରୋସେସରର ନାଁ କୁହାଯାଇନାହିଁ।

ଫୋନର ଇଣ୍ଟରନାଲ ମେମୋରୀ ୩୨ GB ରହିଛି। ଏହାକୁ ମେମୋରୀ କାର୍ଡ ସାହାଯ୍ୟରେ ବଢ଼ାଇ ହେବ। ଫଟୋଗ୍ରାଫି ପାଇଁ ଏହାର ରିୟରରେ ୮ MP ପ୍ରାଇମେରୀ କ୍ୟାମେରା ଓ ଫ୍ରଣ୍ଟରେ ସେଲ୍ଫି ପାଇଁ ୫ MP କ୍ୟାମେରା ଦିଆଯାଇଛି। ଏହି ସ୍ମାର୍ଟ ଫୋନରେ ୫,୦୦୦ mAhର ବ୍ୟାଟେରୀ ଦିଆଯାଇଛି। ଏଥିରେ ଡୁଆଲ ସିମ୍ (ନାନୋ + ନାନୋ) ର ସପୋର୍ଟ ଦିଆଯାଇଛି। ଫୋନରେ 4G LTE କନେକ୍ଟିଭିଟି ମଧ୍ୟ ଦିଆଯାଇଛି। ଏହି ମୋବାଇଲର ଡାହାଣ ପଟେ ଭଲ୍ୟୁମ ଓ ପାୱାର ବଟନ୍ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.