ଦିନ ରାତି ସବୁବେଳେ ଏସି ଚଲାଇ ବି ଅଧିକ ଆସିବନି ବିଜୁଳି ବିଲ୍‌ , ଏହି ୪ଟି ଟ୍ରିକ୍ସ ସଞ୍ଚୟ କରିବ ହଜାର ହଜାର ଟଙ୍କା

ଗରମରେ ଘରକୁ ଥଣ୍ଡା କରିବା ପାଇଁ ସାଧାରଣତଃ ଘରେ କୁଲର ଏବଂ ଏସି ଚଲାଇଥାନ୍ତି। କିନ୍ତୁ ଆମେ ମାନେ ଚେଷ୍ଟା କରିଥାନ୍ତି ଯେ ସବୁ ସମୟରେ ଏସି ନଚଲାଇବାକୁ କାହିଁକିନା କୁଲିଙ୍ଗ୍‌ କରିବା ସହିତ ଏସି ବିଜୁଳି ବିଲକୁ ବି ବଢ଼ାଇଦେଇଥାଏ। ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ ବିଷୟରେ ଜଣାଇବୁ ଯାହାକୁ ଆପଣେଇ ଆପଣ ମନଇଚ୍ଛା ଏସି ଚଲାଇ ପାରିବେ। ଏହି ଟ୍ରିକ୍ସ ସାହାଯ୍ୟରେ ଆପଣ ସାରା ଦିନ ଏସି ଚଲାଇବେ ଆଉ ଆପଣଙ୍କ ବିଜୁଳି ବିଲ୍‌ ବି ଜମା ବି ଅଧିକ ଆସିବନି।

ପ୍ରଥମେ କରନ୍ତୁ ଏହି କାମ ତାପରେ ଚଲାନ୍ତୁ ଏସି

ନିଜ ରୁମରେ ଏସି ଚଲାଇବା ପୂର୍ବରୁ ଏହି କାମ ଯଦି କରିନେବେ ତାହେଲେ ବିଜୁଳି ବିଲ ଅଧିକ ହେବାରୁ କମ୍‌ କରିପାରିବେ। ଆମେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଏସି ଚଳାଇବା ପୂର୍ବରୁ ପ୍ରଥମେ ଆପଣ ନିଜ ରୁମର ସମସ୍ତ ଝରକା କବାଟକୁ ଖୋଲି ଦିଅନ୍ତୁ ଏବଂ ଫ୍ୟାନ୍‌ ଚଲାଇ ଦିଅନ୍ତୁ। ଏମିତି ଏଥିପାଇଁ କରିବା ଉଚିତ ଯେ ଏସି ଚଲାଇବା ପୂର୍ବରୁ ଆପଣଙ୍କୁ ରୁମ୍‌ ଭେଣ୍ଟିଲେଟେଡ୍‌ କରିବା ଉଚିତ। ଯାହାଦ୍ୱାରା ଏସି ବହୁତ ଜଲଦି କୁଲିଙ୍ଗ୍‌ ହୋଇଥାଏ। ଏହିଭଳି କଲେ ବିଜୁଳି କମ୍‌ ଖର୍ଚ୍ଚ ହେବ ତାସହିତ ବିଜୁଳି ବିଲ୍‌ ମଧ୍ୟ କମ୍‌ ଆସିବ।

ଏହି ଟେମ୍ପରେଚରରେ ଚଲାନ୍ତୁ ଏସି ଏବଂ ସଞ୍ଚୟ କରନ୍ତୁ ଟଙ୍କା

ଏସି ଚଲାଇବି ଯଦି ଆପଣ ବିଜୁଳି ବିଲ୍‌ କମ୍‌ ଆସୁ ଚାହୁଁଛନ୍ତି ତାହେଲେ ଚେଷ୍ଟା କରନ୍ତୁ ଆପଣଙ୍କ ଏସିକୁ ଅଟୋ କୁଲିଙ୍ଗ ମୋଡରେ ରଖିବାକୁ। ଏହାବ୍ୟତୀତ ଆପଣ ଚାହିଁବେ ତ ଏସିକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ କ୍ୱିକ କୁଲ ମୋଡରେ ଚଲାନ୍ତୁ ଏବଂ ଏହାପରେ ଟେମ୍ପରେଚରକୁ ୨୪ ଡିଗ୍ରୀରେ ସେଟ୍‌ କରିଦିଅନ୍ତୁ। କାହିଁକିନା ଷ୍ଟଡି କୁହେ ଯେ ଏସିର ଟେମ୍ପରେଚର ଯେତେ ବଢ଼ାଇବେ, ପ୍ରତ୍ୟେକ ଡିଗ୍ରୀ ଉପରେ ୬% ବିଜୁଳି ଲାଗିଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଟେମ୍ପରେଚରରେ ବିଜୁଳି ସଞ୍ଚୟ ତ ହେବ ତାସହିତ ୨୪ ଡିଗ୍ରୀ ହ୍ୟୁମାନ ବଡି ପାଇଁ ସଠିକ୍‌ ଟେମ୍ପରେଚର ବୋଲି ଧରାଯାଏ। ଯାହା କମ୍‌ ନୁହେଁ କି ବେଶି ନୁହେଁ, ମାନବ ବଡି ବି ଏତିକି ଟେମ୍ପରେଚରକୁ ମ୍ୟାନେଜ କରିପାରେ।

ସମୟ ସମୟରେ କରନ୍ତୁ ଏସି ସର୍ଭିସ୍‌

ଏହି କଥାକୁ ସବୁବେଳେ ଧ୍ୟାନରେ ରଖିବା ଉଚିତ ଯେ ଏସି ଗୋଟେ ମେସିନ। ଆଉ ମେସିନର ସଠିକ ଯତ୍ନ ନେଲେ ତାହା ଭଲ ରହିବା ସହିତ ଲଙ୍ଗ ଲାଷ୍ଟିଙ୍ଗ ହୋଇଥାଏ। ସମୟ ସମୟରେ ରିପାୟରିଂ କରାଇନେବା ବହୁତ ଜରୁରୀ। ଏମିତି କୌଣସି ନିୟମ ନାହିଁ ଯେ ବର୍ଷକୁ ଥରେ ସର୍ଭିିସିଂ କରିବେ। ଯଦି ଆପଣ ଏସିକୁ ଏମିତି ଯାଗାରେ ରଖିଛନ୍ତି ଯେଉଁଠି ଧୂଳି ମଇଳା ଅଧିକ ଥିବ, ତାହେଲେ ଆପଣ ବର୍ଷକୁ ଅଧିକ ଥର ବି ଏସି ସର୍ଭିସ୍‌ କରିପାରିବେ। ଏହାଦ୍ୱାରା ଆପଣଙ୍କୁ ବଢ଼ିଆ କୁଲିଙ୍ଗ୍‌ ତ ମିଳିବ ତାସହିତ ବିଜୁଳି ବିଲ ବି କମ୍‌ ଆସିବ।

ଏହି ଟ୍ରିକକୁ ନିଶ୍ଚୟ ଆପଣାନ୍ତୁ

ସବୁଠୁ ଲାଷ୍ଟ ତରିକା ଏମିତି ରହିଛି, ଯେଉଁ ତରିକାରେ ଆପଣ ଏସି ଚଲାଇ ବି ବିଜୁଳି ସଞ୍ଚୟ କରିପାରିବେ। ଆମେ ଯେଉଁ ଟ୍ରିକ କହୁଛୁ ତାହା ହେଉଛି ଟାଇମର ମୋଡ। ଆଜିର ସମୟରେ ସମସ୍ତ ଏସି ଗୋଟେ ଟାଇମର ମୋଡ ସହିତ ଆସିଥାଏ ଯାହାଦ୍ୱାରା ଏସି ଯେତେବେଳେ ରୁମକୁ ଥଣ୍ଡା କରେ ସେତେବେଳେ ଅଟୋ କଟ୍‌ ହୋଇଯାଇଥାଏ। ଏହି ମୋଡକୁ ଯଦି ଆପଣ ରାତିରେ ଶୋଇବା ସମୟରେ ଅନ୍‌ କରିଦିଅନ୍ତି ତାହେଲେ ଏସି ରୁମର ଟେମ୍ପରେଚର ହିସାବରେ ଆପେ ଆପେ ହିଁ ଆଡଜଷ୍ଟ କରିନେବ ଏବଂ ବିଜୁଳି ବି ଅଧିକ ଖର୍ଚ୍ଚ ହେବନାହିଁ।

ଏହି ଛୋଟ ଛୋଟ ଟିପ୍ସକୁ ଯଦି ଆପଣ ଫଲୋ କଲେ ତାହେଲେ ଗରମରେ ବି ମନ ଖୋଲି ଆପଣ ଏସି ଚଲାଇପାରିବେ। ଆପଣଙ୍କୁ ଆଉ ଇଲେକଟ୍ରିକ ବିଲ୍‌ ଅଧିକ ଆସିବାର ଚିନ୍ତା ରହିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.