ଆପଣଙ୍କ ସ୍ୱରରେ ଟ୍ରାନ୍ସଲେଟ ହେବ Text, AudioPaLM ମଡେଲ୍ ଉପରୁ ଉଠିଲା ପରଦା

Language ମଡେଲ AudioPaLM ଅନେକ ଭାଷା ଟ୍ରାନ୍ସଲେଟ କରିପାରିବ । ଏହି କ୍ଷମତା ପ୍ରକୃତ ଦୁନିଆର ଆପ୍ଲିକେସନ ଯେପରିକି ରିଅଲ ଟାଇମ ମଲ୍ଟିଲାଙ୍ଗୁଆଲ କମ୍ୟୁନିକେସନ ପାଇଁ ଉପଯୋଗୀ ହୋଇପାରିବ । AudioPaLM ବିଭିନ୍ନ ଭାଷାରେ ସ୍ୱର ଟ୍ରାନ୍ସକ୍ରିପସନ୍‌ କରିପାରିବ ଏବଂ ଏହା ଭିନ୍ନ ଭିନ୍ନ ସ୍ୱରକୁ କ୍ୟାପଚର କରି ପୁଣି ସେହି ଭାଷା ବାହାର କରି ପାରିବ ।

Language ଟେକ୍ନୋଲୋଜିକୁ ନେଇ ଏକ ଖୁସି ଖବର ଆସିଛି । ୟୁଜର୍ସ ବର୍ତ୍ତମାନ Text କୁ ନିଜ ସ୍ୱରରେ ଟ୍ରାନ୍ସଲେଟ କରିପାରିବେ । ନିକଟରେ ଟେକ୍ନୋଲୋଜି କମ୍ପାନୀ ଗୁଗଲ ନିଜ ନୂଆ Language ମଡେଲ AudioPaLM ଉପରୁ ପରଦା ଉଠାଇଛି । ଗୁଗଲର ଅନୁସନ୍ଧାନକାରୀ ମାନଙ୍କ ଦ୍ୱାରା ଡେଭଲପ କରାଯାଇଥିବା ଏହି ପ୍ଲାଟଫର୍ମ ୟୁଜର୍ସଙ୍କୁ ଏକ ନୂଆ ସୁବିଧା ଦେବ । ଏହି Language ମଡେଲ ଶୁଣିବା, କହିବା ଏବଂ ଟ୍ରାନ୍ସଲେଟ କରିବାରେ ଭଲ ପ୍ରଦର୍ଶନ କରିବ । ଖବର ଅନୁସାରେ, AudioPaLM ହେଉଛି ଏକ ମଲ୍ଟିମଡେଲ ଆର୍କିଟେକ୍ଚର, ଯାହା ଦୁଇଟି ମଡେଲ PaLM-2 ଏବଂ AudioLM ର ସୁବିଧାକୁ ଯୋଡ଼ିଥାଏ ।

PaLM-2 ହେଉଛି ଏକ Text ବେସଡ୍‌ ଭାଷା ମଡେଲ, ଯାହା Text ଆଧାରିତ ବିଶେଷ ଭାଷାକୁ ବୁଝିବାରେ ସମର୍ଥ ହୋଇଥାଏ । AudioLM ସ୍ପିକର ଚିହ୍ନିବା ଏବଂ ସ୍ୱର ସୂଚନା ରଖିବା ଭଳି କାର୍ଯ୍ୟ ଭଲ ଭାବେ କରିଥାଏ । ଏହି ଦୁଇଟି ମଡେଲକୁ ମିଶାଇ AudioPaLM ନିର୍ମାଣ କରାଯାଇଛି । PaLM-2 ର ଭାଷାଗତ କ୍ଷମତା ଏବଂ AudioLM ର ସ୍ୱର ଚିହ୍ନିବା କ୍ଷମତାକୁ ଉପଯୋଗ କରି ଏହା ପ୍ରସ୍ତୁତ ହୋଇଛି ।

Language ମଡେଲ AudioPaLM ଅନେକ ଭାଷା ଟ୍ରାନ୍ସଲେଟ କରିପାରିବ । ଏହି କ୍ଷମତା ପ୍ରକୃତ ଦୁନିଆର ଆପ୍ଲିକେସନ ଯେପରିକି ରିଅଲ ଟାଇମ ମଲ୍ଟିଲାଙ୍ଗୁଆଲ କମ୍ୟୁନିକେସନ ପାଇଁ ଉପଯୋଗୀ ହୋଇପାରିବ । AudioPaLM ବିଭିନ୍ନ ଭାଷାରେ ସ୍ୱର ଟ୍ରାନ୍ସକ୍ରିପସନ୍‌ କରିପାରିବ ଏବଂ ଏହା ଭିନ୍ନ ଭିନ୍ନ ସ୍ୱରକୁ କ୍ୟାପଚର କରି ପୁଣି ସେହି ଭାଷା ବାହାର କରି ପାରିବ । ଏହି ଆପ୍ଲିକେସନ ଦ୍ୱାରା ୟୁଜର୍ସମାନେ ଉପକୃତ ହେବେ ବୋଲି ଆଶା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.